ଖୋଲିବ ଭରତପୁର ଥାନା ମାମଲାର ସତ ! ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନଙ୍କ ନିକଟରେ ଗୃହ ସଚିବ ଓ କ୍ରାଇମବ୍ରାଞ୍ଚ ADG

ଭୁବନେଶ୍ୱର: ଖୋଲିବ ଭରତପୁର ରାତିର ସତ! ।  ଭରତପୁର ଥାନା ମାମଲାରେ ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନଙ୍କ ନିକଟରେ ଉପସ୍ଥିତ ହେଲେ ଗୃହ ସଚିବ ଓ କ୍ରାଇମବ୍ରାଞ୍ଚ ADG । ଗୃହ ସଚିବ ସତ୍ୟବ୍ରତ ସାହୁ, ସ୍ଵତନ୍ତ୍ର ସଚିବ ଗୃହ ବିଭାଗ ରାଧାକୃଷ୍ଣ ଶର୍ମା, ADG କ୍ରାଇମ୍ ବ୍ରାଞ୍ଚ ବିନୟ ତୋଷ ମିଶ୍ର ଉପସ୍ଥିତ ହେଲେ  ।

ଏଥିସହ ଦୁଇ ତଦନ୍ତକରୀ ଅଧିକାରୀ DSP ନିଲମ ପଣ୍ଡା ଓ ନରେନ୍ଦ୍ର ବେହେରା ହଜାର ହୋଇଥିଲେ । ତଦନ୍ତ ଅଗ୍ରଗତି ସମ୍ପର୍କରେ କ୍ରାଇମବ୍ରାଞ୍ଚ୍ ଅଧିକାରୀଙ୍କ ଠାରୁ ତଥ୍ୟ ନିଆଯାଇଛି  । ଗୁଜରାଟ ଗାନ୍ଧୀ ନଗର DFSLରୁ କୌଣସି ରିପୋର୍ଟ ମିଳିନାହିଁ ବୋଲି କହିଛନ୍ତି କମିଶନ ସଚିବ ଶୁଭେନ୍ଦ୍ର ମହାନ୍ତି ।  ଅନ୍ୟପଟେ ସମସ୍ତ ସତ୍ୟପାଠ ନିର୍ଦ୍ଧାରିତ ସମୟ ମଧ୍ୟରେ ହସ୍ତଗତ ହେବା ପରେ ସତ୍ୟପାଠ ଯାଞ୍ଚ ହେବ ଓ ସମନ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି କମିଶନ ସଚିବ ଶୁଭେନ୍ଦ୍ର ମହାନ୍ତି  ।

ନିକଟରେ ଗୁଜୁରାଟ ଗାନ୍ଧୀନଗର DFSLରେ ୫ ପୋଲିସ କର୍ମଚାରୀଙ୍କ ପଲିଗ୍ରାଫ ଟେଷ୍ଟ କରି ଫେରିଛି କ୍ରାଇମ୍ ବ୍ରାଞ୍ଚ ଟିମ୍  । ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ଦୀନକୃଷ୍ଣଙ୍କ ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟ କରାଯାଇଛି ।  କ୍ରାଇମ୍ ବ୍ରାଞ୍ଚ ତଦନ୍ତର ଅଗ୍ରଗତି ନେଇ କମିଶନଙ୍କୁ ଅବଗତି କରାଯାଇଛି  । ଏଯାଏ ତଦନ୍ତ କେତେଦୂର ଆଗେଇଛି ସେନେଇ ଟିକି ନିଖି ତଥ୍ୟ କମିଶନ ଙ୍କ ଆଗରେ ଉପସ୍ଥାପନା କରିଛନ୍ତି । କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ପୀଡ଼ିତାଙ୍କ ମାଜିଷ୍ଟ୍ରେଟଙ୍କ ଆଗରେ ବୟାନ ରେକର୍ଡ ହେବ ।

nis-ad
Leave A Reply

Your email address will not be published.