ଚିଲିକାରେ ଆରମ୍ଭ ହୋଇଛି ନୌକାୟନ ଅଭିଯାନ, ସାମିଲ ହେଲେ ୬୦ ଜଣ କ୍ୟାଡେଟ

ଚିଲିକାର ଅକାତ ପାଣିରେ ନୌକାୟନ ଅଭିଯାନ । ଜାତୀୟ ସମର ଶିକ୍ଷ୍ୟାର୍ଥି ବାହିନୀ(ଏନ୍ ସି ସି) ଓଡ଼ିଶା ନିର୍ଦ୍ଦେଶାଳୟ ପକ୍ଷରୁ ଭାରତୀୟ ନୌସେନା ପୋତ ଚିଲିକା ନୌକାୟନ ଅଭିଯାନ ଆରମ୍ଭ ହୋଇଛି । ଚଳିତ ମାସ ୧୫ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୨୪ ତାରିଖରେ ଶେଷ ହେବ ।

କମାଣ୍ଡିଂ ଅଫିସର୍ ଆଇ ଏନ୍ ଏସ୍ ଚିଲିକା କୋମୋଡୋର୍ ବି ଦୀପକ ଅନିଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଅଭିଯାନର ଉଦଘାଟନ କରିଥିଲେ । ସର୍ବମୋଟ ୬୦ ଜଣ କ୍ୟାଡେଟ ନୌକାୟନରେ ସାମିଲ ହୋଇ ୨୧୦ କିମି ଅତିକ୍ରମ କରିବାର କାର୍ଯ୍ୟ ସୂଚୀ ରହିଛି ।

nis-ad
Leave A Reply

Your email address will not be published.