ଏସୟୁଜେର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ : ବରିଷ୍ଠ ସାମ୍ବାଦିକ କୀର୍ତ୍ତି ଚନ୍ଦ୍ର ସାହୁ ହେଲେ ରାଜ୍ୟ କାର୍ଯ୍ୟକାରୀ ସଭାପତି…

ପ୍ରତିବର୍ଷ ଫେବୃଆରୀ ପ୍ରଥମ ସପ୍ତାହରେ ହେବ ରାଜ୍ୟ ସମାବେଶ
ଭୁବନେଶ୍ୱର : ଏସୟୁଜେ ରାଜ୍ୟ କାର୍ଯ୍ୟ କାରିଣି ବୈଠକ ଗୋଦାବରୀଶ ସାହିତ୍ୟ ସଂସଦ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଗଠକୁ ସୁଦୃଢ କରିବା ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯାଇଛି । କାର୍ଯ୍ୟକାରୀ ସଭାପତି ଭାବେ କିର୍ତ୍ତୀ ଚନ୍ଦ୍ର ସାହୁଙ୍କୁ ଦାୟିତ୍ବ ଦେବାକୁ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଗଲା ।ସେହିପରି କୋଷାଧ୍ଯକ୍ଷ ଭାବେ ଟୁନା ଜେନା ଓ ରାଜ୍ୟ କମିଟି ସଦସ୍ୟଭାବେ ଗଂଜାମ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଲୋକନାଥ କରଙ୍କୁ ରାଜ୍ୟ କମିଟିର ସଦସ୍ୟ ଭାବେ ନେବାକୁ ନିଷ୍ପତି ନିଆଗଲା । ଏହାସହ ସଭ୍ୟପଦ ନବୀକରଣ,ନୂତନ ସଭ୍ୟ ସଂଗ୍ରହ, ଅକ୍ଟୋବର ୨୫ରୁ ଡିସେମ୍ବର ୧୫ ମଧ୍ୟରେ ଜିଲ୍ଲା କମିଟି ଗଠନ,ଡିସେମ୍ବର ମାସ ସୁଧା ନୂତନ ପରିଚୟ ପତ୍ର ବଣ୍ଟନ କରାଯିବ । ଓଡିଶା ରାଜ୍ୟରୁ ଜାତୀୟ କମିଟିକୁ 36 ଜଣ ସଦସ୍ୟକୁ ପଠାଯିବାକୁ ନିଷ୍ପତି ନିଆଗଲା । ଜାତୀୟ କାର୍ଯ୍ୟକାରିଣି କମିଟି ପାଇଁ ସଦସ୍ୟ ଚୟନ ଦାୟିତ୍ବ ରାଜ୍ୟ ସଭାପତି ଓ ସାଧାରଣ ସମ୍ପାଦକଙ୍କ ଦାୟିତ୍ବ ଦିଆଗଲା । ଭୁବନେଶ୍ବର ରେ ରାଜ୍ୟ କାର୍ଯ୍ୟାଳୟ ଖୋଲିବାକୁ ନିଷ୍ପତି ନିଆଗଲା । ଏସୟୁଜେ ସସାମ୍ବାଦିକ ସଂଗଠନକୁ ବଳିଷ୍ଟ କରିବାପାଇଁ ଓ ସଂଗଠନର ସ୍ବାର୍ଥ ଦୃଷ୍ଟିରୁ ରାଜ୍ୟ ସଭାପତି କୈଳାଶ ନାୟକଙ୍କୁ ଆଗାମୀ ଅବଧିପାଇଁ ପୁନର୍ବାର ସଭାପତି ଦାୟିତ୍ବ ସମ୍ଭାଳିବାକୁ କମିଟି ପକ୍ଷରୁ ସର୍ବସମ୍ମତି ନିଷ୍ପତି

ନିଆଗଲା । କୋରାପୁଟ ଜିଲ୍ଲାର ଜୟପୁର ଠାରେ ଡିସେମ୍ବର ୮ତାରିଖ ଦିନ ରାଜ୍ୟ କାର୍ଯ୍ୟକାରିଣି ସମାବେଶ ଆୟୋଜନ କରିବାକୁ ନିଷ୍ପତି ନିଆଗଲା ।ଜିଲ୍ଲା କମିଟି ପୁର୍ନ ଗଠନ ପରେ ରାଜ୍ୟ ସ୍ତରୀୟ ସମାବେଶ କରିବାକୁ ଗୁରୁତ୍ବ ଦିଆଯାଇଥିଲା । ପ୍ରତ୍ୟେକ ବର୍ଷ ଫେବୃୟାରୀ ୧ ରୁ ୧୦ତାରିଖ ମଧ୍ୟରେ ରାଜ୍ୟ ସ୍ତରୀୟ ସମାବେଶ କରିବାକୁ ଆଲୋଚନା ହୋଇଥିଲା ।
ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ, ପ୍ରଶାନ୍ତ କୁମାର ପାଢୀ,ଏନୟୁଜେ ଆଇର ଜାତୀୟ ସମ୍ପାଦକ -ବବୁଲ ସିଂ, କଲ୍ୟାଣପାଣ୍ଠି ଅଧ୍ୟକ୍ଷ ଗଗନ ବିହାରି ସାହୁ, ଟ୍ରିବୁନାଲ ଅଧ୍ୟକ୍ଷ ସନ୍ତୋଷ କୁମାର ମିଶ୍ର ,ଉପସଭାପତି ବାସୁଦେବ ତ୍ରିପାଠୀ, ମହେନ୍ଦ୍ର କୁମାର ଦର୍ଜି ,ସଂଗଠନ ସମ୍ପାଦକ ସନ୍ତୋଷ କୁମାର ସ୍ବାଇଁ,ସମ୍ପାଦକ ହେମାଙ୍ଗ ପ୍ରସାଦ ରାଉଳ, ଶିବାଶିଷ ମହାନ୍ତି ଜାତୀୟ କମିଟି ସଦସ୍ୟ ପ୍ରୟାଗରାଜ କର ,ମନୋରଂଜନ ପାଣି ଙ୍କ ସମେତ ରାଜ୍ୟ ଓ ଜାତୀୟ କାର୍ଯ୍ୟକାରୀ କମିଟି ସଦସ୍ୟମାନେ ବୈଠକ ରେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.