ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର…

ଶବ ଆଣିବାକୁ ଯାଇ ନିଜେ ହୋଇଗଲେ ଶବ…


ଉମରକୋଟ :- ( ୧୬/୧୦/୨୦୨୪) ଗତ କାଲି ସମ୍ପର୍କୀୟ ଙ୍କ ମୃତ ଖବର ପାଇ ମୃତ ଶରୀର କୁ ଆଣିବାକୁ ଯିବା ସମୟରେ ଦୁର୍ଘଟଣା ରେ ଜଣେ ମୃତ ଓ ଜଣେ ଗୁରୁତର ଆହତ ଯୋଗୁଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି ।ଏଭଳି ଏକ ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡା ନିକଟରେ। ସୂଚନା ଅନୁଯାଇ :ଜଗଦୀଶ ହରିଜନ (୨୨) ବର୍ଷ ଗ୍ରାମ ପତ୍ରକୋଟି ରାଇଘର,ଓ ଭୁବନ ହରିଜନ (୨୩) ବର୍ଷ ଗ୍ରାମ ଜାମଡ଼ିହି ରାଇଘର,ଙ୍କ ଜଣେ ସମ୍ପର୍କୀୟ ଙ୍କ ନବରଙ୍ଗପୁର ଠାରେ ମୃତ୍ୟୁ ଘଟିଥିଲା ତେଣୁ ଏହି ଦୁହେଁ ଏକ

ମୋଟରସାଇକେଲ ନଂ CG 04KZ 1473 ଯୋଗେ ରାଇଘର ରୁ ନବରଙ୍ଗପୁର ଯିବା ସମୟରେ ଅନ୍ୟ ଏକ ମୋଟର ସାଇକେଲ ନଂ OD 24F2871ରେ ଅଜଣା ଲୋକ ଓଭରଟେକ କରୁଥିବା ବେଳେ ପରସ୍ପର ମଧ୍ୟରେ ଧକ୍କା ହେବା ଫଳରେ ରାଇଘର ପଟରୁ ଏକ ଆଳୁ ପିଆଜ ବୋଝେଇ ଟ୍ରକ ନଂ CG 04NS6491ଉମରକୋଟ ଆଡ଼କୁ ଯାଉଥିବା ବେଳେ ଜଗଦୀଶ ଓ ଭୁବନ ଙ୍କ ଗାଡି ଉକ୍ତ ଟ୍ରକ ର ଚକା ତଳେ ପଡି ଯାଇଥିଲେ,ଦୁର୍ଘଟଣା ସ୍ଥଳରେ ଗ୍ରାମବାସୀ ଟ୍ରକ ଟିକୁ ଅଟକାଇବା ସହ ଏମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ କିନ୍ତୁ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଏମ୍ବୁଲାନ୍ସ ଆସି ନ ଥିଲା, ଏହା ଶୁଣି ଉମରକୋଟ ପୋଲିସ ଏ ଏସ ଆଇ ପୁଷ୍ପଲତା ସୁନାନୀ ଓ କିଛି ଆଇ ଆର ବି ଯବାନ ୧୧୨ ଗାଡ଼ିରେ ଭୁବନ କୁ ଉପଖଣ୍ଡ ଚିକିତ୍ସାଳୟ କୁ ଆଣିଥିଲେ ଏବଂ ସେଠାରେ ଡାକ୍ତର ଭୁବନ ଙ୍କୁ ମୃତ ଘୋଷଣା କରିଥିଲେ, ପରେ ଜଗଦୀଶ କୁ ଏକ ଏମ୍ବୁଲାନ୍ସ ଯୋଗେ ଡାକ୍ତରଖାନା କୁ ଅଣାଯାଇଥିଲା ସେଠାରେ ଜଗଦୀଶ ଙ୍କ ଅବସ୍ଥା ଗୁରୁତର ଓ ସଙ୍କଟପୂର୍ଣ୍ଣ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା।ଘଟଣା ସ୍ଥଳରେ ଉମରକୋଟ ଥାନା ପୋଲିସ ଏସ ଆଇ ସୌମେନ୍ଦ୍ର ସେଠ ଓ ପୋଲିସ ଫୋର୍ସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଦୁଇଟି ମୋଟର ସାଇକେଲ ଓ ଟ୍ରକ କୁ ଥାନା ରେ ଆଣିଥିଲେ କିନ୍ତୁ ଅନ୍ୟ ଏକ ମୋଟର ସାଇକେଲ ଚାଳକ ଙ୍କ ଖବର ଲେଖିବା ଯାଏ ପୋଲିସ ପ୍ରଶାସନ କୌଣସି ପରିଚୟ ପାଇଁ ପାରି ନାହାନ୍ତି।

nis-ad
Leave A Reply

Your email address will not be published.