ବାଲିଯାତ୍ରା ପାଇଁ ପଞ୍ଜିକରଣ ଆରମ୍ଭ

କଟକ: ପାଖେଇ ଆସୁଛି ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା । ଏନେଇ ପ୍ଲଟ୍ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଛି । ନଭେମ୍ବର ୧୫ ତାରିଖରୁ ବାଲିଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ଅକ୍ଟୋବର ୧୫ ରୁ ଅର୍ଥାତ୍ ଆଜି ଠାରୁ ଆରମ୍ଭ ହୋଇଥିବା ପଞ୍ଜିକରଣ ପ୍ରକ୍ରିୟା ୨୫ ଯାଏଁ ଚାଲିବ ।

କଟକ ବାରବାଟୀ ପ୍ୟାଲେସରେ ଚାଲିଛି ଏହି ପଞ୍ଜିକରଣ ପ୍ରକ୍ରିୟା । ପ୍ଲଟ ପଞ୍ଜିକରଣ ପ୍ରକ୍ରିୟା ଅନଲାଇନ ମାଧ୍ୟମରେ କରାଯାଉଛି । ବ୍ୟବସାୟୀମାନେ ଏଥିପାଇଁ ୫ ହଜାର ଟଙ୍କା ଦେଇ ପଞ୍ଜିକରଣ କରିପାରିବେ । ୨୯ ତାରିଖରୁ ଆରମ୍ଭ ହେବ ନିଲାମ ପ୍ରକ୍ରିୟା ।

ଚଳିତବର୍ଷ ୧୧୦୦ ପ୍ଲଟ୍ ନିଲାମ ପ୍ରକ୍ରିୟାରେ ଅନ୍ତଭୁକ୍ତ ହେବ । କିପରି ଭାବରେ ଜମି ପଞ୍ଜିକରଣ ଓ ନିଲାମ ଶାନ୍ତି ଶୃଙ୍ଖଳାରେ ଶେଷ ହେବ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଦିଗ ଉପରେ ନଜର ଦିଆଯାଇଥିବା କହିଛନ୍ତି ଜିଲ୍ଲା ସଂସ୍କୃତି ଅଧିକାରୀ ।

ଏହାସହ ଚଳିତ ବର୍ଷ ବାଲିଯାତ୍ରାକୁ ସୁରକ୍ଷିତ ଏବଂ ଆକର୍ଷଣୀୟ କରିବା ପାଇଁ ଲକ୍ଷ୍ୟ ରଖିଛି କଟକ ପ୍ରଶାସନ ।

nis-ad
Leave A Reply

Your email address will not be published.