ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ଦୁଇ ସାଙ୍ଗଙ୍କ ମୃତ୍ୟୁ

କଳାହାଣ୍ଡି : ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ଦୁଇ ସାଙ୍ଗର ମୃତ୍ୟୁ ହୋଇଛି । ଏପରି ଘଟଣା କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ବିଲାଟ ଗାଁରେ ଘଟିଛି । ଦୁଇ ଝିଅ ସାଙ୍ଗ ନଦୀକୁ ଗାଧୋଇବାକୁ ଯାଇ ନଦୀରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଦୁଇ ସାଙ୍ଗ ହେଲେ ନର୍ଲା ଥାନା ବିଲାଟ ଗାଁର ନେନା ଦୁର୍ଗା ଓ ରିଙ୍କି ହରିଜନ ।

ସୂଚନା ଅନୁସାରେ ନିକଟସ୍ଥ ସାନ୍ଦୁଲ ନଦୀକୁ ଦୁଇ ସାଙ୍ଗ ଗାଧୋଇକୁ ଯାଇଥିଲେ।  ପ୍ରଥମେ ରିଙ୍କି ହରିଜନ ପାଣିରେ ବୁଡି ଯାଉଥିଲା । ତାଙ୍କୁ ବଞ୍ଚାଇବା ପାଇଁ ନେନା ଦୁର୍ଗା ମଧ୍ୟ ପାଣିରେ ବୁଡି ଯାଇଥିଲେ । ପାଣିରେ ବୁଡି ଦୁହିଁଙ୍କ ଜୀବନ ଚାଲିଯାଇଥିଲା । ଖବର ପାଇବା ପରେ ଘଟଣାସ୍ଥଳରେ ଦମକଳବାହିନୀ ଓ ନର୍ଲା ପୋଲିସ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ଏହି ଘଟଣା ଜଣାପଡିବା ପରେ ଅଞ୍ଚଳରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି ।

nis-ad
Leave A Reply

Your email address will not be published.