ଗୋଷ୍ଠୀ ସଂଘର୍ଷରେ ଜଣେ ଗୁରୁତର…


ହିଞ୍ଜିଳିକାଟୁ, ୧୪/୧୦(): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ତଥା ବେଲଗାଁ ଥାନା ଭାବନ୍ଧ ଗ୍ରାମ ନିକଟରେ ସାମାନ୍ୟ କଥାକୁ କେନ୍ଦ୍ର କରି ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ବେଲଗାଁ ଥାନା ଭାବନ୍ଧ ଗ୍ରାମର ଟୁକୁନା ଦାସ ବୋଲି ଜଣାପଡିଛି। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଖବର ପାଇ ବେଲଗାଁ ଓ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି। ଖବର ଲେଖା ହେବା ସୁଦ୍ଧା ସଂପୃକ୍ତ ଗ୍ରାମରେ ଉତ୍ତେଜନା ଲାଗି ରହିଛି। ମିଳିଥିବା ସୂଚନା ଅନୁଯାୟୀ ଗତ କିଛି ଦିନ ପୂର୍ବେ ବେଲଗାଁ ଥାନା ଭାବନ୍ଧ ଗ୍ରାମର କିଛି ଯୁବକ କୈାଣସି କାମରେ ପୁରୁଷୋତ୍ତମପୁର ଥାନା ଭାଟକୁମୁଡା ଗ୍ରାମକୁ ଯାଇଥିଲେ। କୈାଣସି କଥାକୁ କେନ୍ଦ୍ର ଭାବନ୍ଧ ଓ ଶାଗୁଣାପଲ୍କି ଗ୍ରାମର ୨ ଗୋଷ୍ଠୀ ଯୁବକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ସୋମବାର ସନ୍ଧ୍ୟାରେ ଭାବନ୍ଧ ଗ୍ରାମର ଟୁକୁନା ଦାସ ଗ୍ରାମ ନିକଟସ୍ଥ ପୋଖରୀକୁ ଶୈଚ ପାଇଁ ଯାଇଥିଲେ।‌ ସେହି ସମୟରେ ଶାଗୁଣାପଲ୍ଲୀ ଗ୍ରାମର କିଛି ଯୁବକ ଟୁକୁନାଙ୍କୁ ଏକୁଟିଆ ଦେଖି ଗାଳି ଗୁଲଜ କରିବା ସହ ମାଡ ମାରିଥିଲେ। ଆକ୍ରମଣରେ ଟୁକୁନା ଗୁରୁତର ଆହତ ହୋଇ ଘଟଣା ସ୍ଥଳରୁ ଖସିଆସି ଗ୍ରାମବାସୀଙ୍କୁ ଜଣାଇଥିଲେ।‌ ଅନ୍ୟପକ୍ଷରେ ଆକ୍ରମଣକାରୀ ଯୁବ ଗୋଷ୍ଠୀ ଘଟଣା ନେଇ ନିଜ ଗ୍ରାମବାସୀଙ୍କୁ ଜଣାଇଥିଲେ।‌ ଘଟଣା ଉଭୟ ଗ୍ରାମରେ ପ୍ରଚାରିତ ହେବା ପରେ ଉଭୟ ଗ୍ରାମର କିଛି ଯୁବକ ଭାବନ୍ଧ ଗ୍ରାମ ନିକଟରେ ରୁଣ୍ଡ ହେବା ସହ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା। ଘଟଣା ନେଇ ବେଲଗାଁ ଥାନା ଆଇଆଇସି ସ୍ମିତାଞ୍ଜଳି ପ୍ରଧାନଙ୍କୁ ପଚାରିବାରୁ ସେ କୈାଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି। ଅନ୍ୟପକ୍ଷରେ କିଛି ଯୁବକଙ୍କୁ ବେଲଗାଁ ପୁଲିସ ଥାନାକୁ ଆଣି ପଚରାଉଚରା କରୁଥିବା ଜଣାପଡ଼ିଛି।‌

nis-ad
Leave A Reply

Your email address will not be published.