ମତ୍ସ୍ୟଜୀବୀ ଙ୍କ ପାଈଁ ଡଙ୍ଗା, ଲାଇଫ ଜ୍ୟାକେଟ , ଜାଲ ପ୍ରଦାନ
ମାଲକାନଗିରି : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକର ବାଲିମେଳା ଡ୍ୟାମରେ ମାଛ ଧରି ସହ ସହ ପରିବାର ନିଜର ଗୁଜୁରାଣ ମେଣ୍ଟାଉ ଥିବା ବେଳେ ଏହି ମତ୍ସ୍ୟଜୀବୀ ମାନଙ୍କବିକାଶ ପାଇଁ ରାଜ୍ୟ ସରକାର ନେଉଛନ୍ତି ପଦକ୍ଷେପ। ଏହି କ୍ରମରେ ଆଜି ସାଂସଦ ବଳଭଦ୍ର ମଝି ଡ୍ୟାମ ନିକଟରେ ପହଞ୍ଚି ସେଠାରେ ମତ୍ସ୍ୟଜୀବୀ ମାନଙ୍କୁ ୪୦ଟି ଡଙ୍ଗା, ୧୫୦ଟି ମାଛ ଧରା ଜାଲ, ୮୦ଟି ଲାଇଫ ଜ୍ୟାକେଟ ପ୍ରଦାନ କରିବା ସ ସୁରକ୍ଷିତ ଭାବେ ମାଛ ଧରିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀ ମାଝୀ। ତେବେ ସରକାରଙ୍କ ପକ୍ଷରୁ ଏହି ସହାୟତା ମତ୍ସ୍ୟଜୀବୀଙ୍କ ମୁହଁରେ ହସ ଫୁଟାଇବା ସ ସେମାନେ ଖୁସି ବ୍ୟକ୍ତ କରିଛନ୍ତି।
ଚିତ୍ରକୋଣ୍ଡାରେ ପୁର୍ବରୁ ୨୦୧୮-୧୯ ଆର୍ଥିକ ବର୍ଷରେ ୧୪ ଲକ୍ଷ ମାଛ ଯାଆଁଳା ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ରେ ଛଡ଼ାଯାଇଥିଲା, ୨୦୧୯-୨୦ ରେ ୨୦ ହଜାର ହେକ୍ଟର ରେ ଘେରୀ କରାଯାଇ ୪୨ ଲକ୍ଷ ଯାଆଁଳା ଛଡ଼ାଯାଇଥିଲା ସେହିପରି ୨୦୨୦-୨୧ ସେତୁ ଯୋଜନାରେ ପ୍ରାୟ ୮୦ ଲକ୍ଷ ମାଛ ଯାଆଁଳା ଛଡାଯାଇଥିଲା । ତେବେ ଏହି ଅଞ୍ଚଳରେ ହଜାର ହଜାର ଲୋକ ମାଛ ଧରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଆଗକୁ କିପରି ସେମାନଙ୍କ ଆୟ ଅଧିକ ହେବ ଓ ମତ୍ସ୍ୟ ଉତ୍ପାଦନ ବଢିବ ସେନେଇ ପଦକ୍ଷେପ ନିଆଯିବ ବୋଲି ସାଂସଦ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି। ଆଗକୁ ୩୦୦ ଡଙ୍ଗା, ଜଳ ଭଣ୍ଡାରରେ ଯାଆଁଳା ଉତ୍ପାଦନ କେନ୍ଦ୍ର ନିର୍ମାଣ, ମତ୍ସ୍ୟଜୀବୀ ଙ୍କ ପାଇଁ ସ୍ୱତନ୍ତ୍ର ବଜାର ବ୍ୟବସ୍ଥା ଏବଂ ମତ୍ସ୍ୟ ଉତ୍ପାଦନକୁ ୧୦ଗୁଣ ବଢାଇବା ଉପରେ ଗୁରୁତ୍ୱ ଦିଆଯିବ ବି ସେ ପ୍ରକାଶ କରିଛନ୍ତି। ଏହି ଯୋଜନାର ମୁଖ୍ୟ ଉଦେଶ୍ୟ ହେଉଛି ଅଂଚଳର ମାଛ ମାରି ଜୀବିକା ନିର୍ବାହ କରୁଥିବା ଲୋକଙ୍କ ଆୟକୁ ୫ ହଜାରରୁ ୧୫ ହଜାର କରାଯିବା କୁ ଆଗାମୀ ପାଞ୍ଚ ବର୍ଷରେ ଲକ୍ଷ ରଖାଯାଇଛି ବୋଲି ଜିଲ୍ଲା ମଚ୍ୟ ଅଧିକାରୀ ପ୍ରକାଶ କରିଥିଲେ ।