ସ୍ବଚ୍ଛଭାରତ ଓ ମହାବିଦ୍ୟାଳୟ ପରିସର ସଫେଇ ଅଭିଯାନ

ସ୍ବଚ୍ଛତା ଦ୍ବାରା କାୟ- ମନ-ବାକ୍ୟରେ ସକାରାତ୍ମକ ପରିବର୍ତ୍ତନ ସୃଷ୍ଟି ହୁଏ – ଅଧ୍ୟକ୍ଷ

ଆସିକା : ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପ୍ରେରଣାରେ ଏବଂ ଯୁବ ରେଡକ୍ରସ ଶାଖାର ଉପଦେଷ୍ଟା ଦ୍ବୟ ଅଧ୍ୟାପକ ରାଜେଶ୍ କୁମାର ସାହୁ ଏବଂ ଡ. ଅଜିତ୍ କୁମାର ମୁନୀଙ୍କ ସଂଯୋଜନାରେ ସ୍ବଚ୍ଛଭାରତ ତଥା ମହାବିଦ୍ୟାଳୟ ପରିସର ସଫେଇ ଅଭିଯାନ ରେଡକ୍ରସ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀଙ୍କ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ସଂପାଦିତ ହୋଇଯାଇଛି। ମହାବିଦ୍ୟାଳୟର ମୁଖ୍ୟ ଫାଟକ ଠାରୁ ଆରମ୍ଭ କରି ଆମ ପରିଚି଼ତି଼ ମଣ୍ଡପ ପର୍ଯ୍ୟନ୍ତ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ଭାରତର ଜାତୀୟ ପିତା ମହାତ୍ମା ଗାନ୍ଧୀ ଓ ଯଶ୍ବସୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦୀଙ୍କ ସ୍ବଚ୍ଛ ଭାରତ ଅଭିଯାନ ଯୋଜନାକୁ ଆନୁଷ୍ଠାନିକ ରୂପେ ସାକାର କରିବା ପାଇଁ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ କରାଯାଇଥିଲା। ଅଧ୍ୟକ୍ଷ ସ୍ବଚ୍ଛତାରେ ଭଗବାନଙ୍କ ନିବାସ ବୋଲି ସମସ୍ତଙ୍କୁ ସମ୍ବୋଧନ କରିଥିଲେ। ସୁତରାଂ ସ୍ବଚ୍ଛତା ଦ୍ବାରା କାୟ- ମନ-ବାକ୍ୟରେ ସକାରାତ୍ମକ ପରିବର୍ତ୍ତନ ସୃଷ୍ଟି ହୁଏ ବୋଲି ସମସ୍ତଙ୍କୁ ପ୍ରବର୍ତ୍ତାଇଥିଲେ। ଏହି ଅଭିଯାନରେ ଶାମିଲ ହୋଇଥିବା ଯୁବରେଡକ୍ରସ ଶାଖାର ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଛାତ୍ର ହୃଷିକେଶ୍, ସିମାଞ୍ଚଳ, ବିଶ୍ବଜିତ୍, ସୁମନ୍, ସ୍ମୃତିରଞ୍ଜନ, ତେଜସ୍ୱୀ, ସନ୍ତୋଷ, ସିମାଞ୍ଚଳ, ସତ୍ୟମ, ରୁଷି, ପ୍ରିୟମ, ଛାତ୍ରୀ ପ୍ରାଚୀ, ସୃଷ୍ଟିରାଣୀ ଅର୍ଚ୍ଚନା ଇତ୍ୟାଦିଙ୍କ ଅକୁଣ୍ଠ ସହଯୋଗରେ ସଫେଇ ଅଭିଯାନ କାର୍ଯ୍ୟକ୍ରମ ସଫଳ ରୂପାୟନ ହୋଇପାରିଥିଲା।

nis-ad
Leave A Reply

Your email address will not be published.