ଡ଼ଙ୍କଲପାଡୁ ବେଳାଭୁମିରେ ସାମୁହିକ ସଫେଇ କାର୍ଯ୍ୟକ୍ରମ

ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ଏକସିଙ୍ଗ ପଞ୍ଚାୟତ ଡ଼ଙ୍କଲପାଡୁ ବେଳାଭୂମିରେ ଆଜି ପୂର୍ବାହ୍ନରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଉଭୟ ଏନ ଏ ସି ଏବଂ ବ୍ଲକ ର ମିଳିତ ସହଯୋଗରେ ସଫେଇ କାର୍ଯ୍ୟକ୍ରମ ହୋଇଯାଇଛି। ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟତଃ ଏନ ଏ ସି ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ,ବିଡିଓ ଶ୍ରୀ ଲକ୍ଷ୍ମଣ ଚରଣ ସୋରେନ,ବ୍ଲକ ଅଧ୍ୟକ୍ଷ ଶ୍ରୀ ଆପନ୍ନା ସେଠୀ ଏବଂ ଉପାଧ୍ୟକ୍ଷା ବି. ରେଣୁକାମା ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଏନ ଏ ସି ର ବହୁ କାଉନସିଲର, ଏକସିଙ୍ଗ ସରପଞ୍ଚ, ଶିକ୍ଷକ ରଞ୍ଜନ କୁମାର ବ୍ରହ୍ମା ଓ ସମାଜସେବୀ ରଘୁନନ୍ଦନ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟତଃ ଆମ ଘର, ଅଫିସ, ଗାଁ ପରିବେଶ, ବେଳାଭୁମି ଓ ପର୍ଯ୍ୟଟନ ସ୍ଥଳୀ କିପରି ସ୍ୱଚ୍ଛ ରହିବ ତାହା ପ୍ରତି ଆମର ଦାଇତ୍ୱ କଣ ଏବଂ ପ୍ଲାଷ୍ଟିକ ଓ ପୋଲିଥିନ ର ବ୍ୟବହାର ଠାରୁ କିପରି ଦୂରେଇ ରହିବା ତାହା ଉପରେ ଅତିଥି ମାନେ ବିଭିନ୍ନ ପ୍ରକାର ମତ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଡ଼ଙ୍କଲପାଡୁ ଗ୍ରାମର ପ୍ରାୟ ୩୦୦ ଶହରୁ ଉର୍ଦ୍ଧ୍ବ ଗ୍ରାମ ବାସୀଙ୍କ ସହ ଉଭୟ ଅଫିସର କର୍ମଚାରୀ ସ୍ବେଚ୍ଛାସେବୀ ଓ ସ୍ୱଚ୍ଛ ସାଥୀ ଉପସ୍ଥିତ ରହି ବେଳାଭୂମି ସହିତ ପର୍ଯ୍ୟଟନ ଅଞ୍ଚଳ, ପାର୍କ ଓ ପାର୍କିଂ ଅଞ୍ଚଳରେ ସଫେଇ କାର୍ଯ୍ୟକ୍ରମ ରେ ସହଯୋଗ କରିବା ସହ ସମସ୍ତେ ସ୍ୱଚ୍ଛତା ପାଇଁ ମିଳିତ ଭାବେ ଶପଥ ନେଇଥିଲେ।ପରିଶେଷରେ ଗ୍ରାମବାସୀ ମାନେ ବେଳାଭୂମି କୁ ଅନ୍ୟ ବେଳାଭୂମି ଭଳି ଉନ୍ନତ କରିବା ଲାଗି ପ୍ରଶାସନ ନିକଟରେ ଅନୁରୋଧ କରିବା ସହ ସମସ୍ତ ଅତିଥିଙ୍କୁ ଉପଢୌକନ ଦେଇ ସମ୍ମାନୀତ କରିଥିଲେ।ଗ୍ରାମବାସୀ ଓ ଉଭୟ ଏନ ଏ ସି ଏବଂ ବ୍ଲକ ର ମିଳିତ ସହଯୋଗରେ କାର୍ଯ୍ୟକ୍ରମ ଟି ଅତ୍ୟନ୍ତ ସଫଳ ରୂପାୟନ ହୋଇଥିଲା।

nis-ad
Leave A Reply

Your email address will not be published.