ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେଲା ବାବା ପଞ୍ଚଲିଙ୍ଗେଶ୍ଵରଙ୍କ ଦର୍ଶନ

ବାଲେଶ୍ୱର: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେଲା ବାବା ପଞ୍ଚଲିଙ୍ଗେଶ୍ଵରଙ୍କ ଦର୍ଶନ l ଲଗାଣ ବର୍ଷାରେ ବେହାଲ ସାରା ଓଡିଶା l ସେପଟେ ଗତ କିଛିଦିନ ଧରି ବାଲେଶ୍ୱରରେ ପ୍ରବଳ ବର୍ଷା ହେବ କାରଣରୁ ଅନେକ ସ୍ଥାନରେ ବନ୍ୟା ସ୍ଥିତି ଉପଜିଛି l ସେପଟେ ଲଗାଣ ବର୍ଷା କାରଣରୁ ବାବା ପଞ୍ଚଲିଙ୍ଗେଶ୍ୱର ଦେଇ ବୋହିଯାଉଥିବା ଝରଣାରେ ପ୍ରଖର ସ୍ରୋତ ଆସିବାରୁ ପଞ୍ଚ ଲିଙ୍ଗେଶ୍ୱରଙ୍କୁ ସ୍ପର୍ଶ କରିବା କିମ୍ବା ପାଖକୁ ଯିବା ପାଇଁ ଭକ୍ତଙ୍କୁ ବାରଣ କରିଛି ଜିଲ୍ଲା ପ୍ରଶାସନ l ତେବେ କେବଳ ମନ୍ଦିର ବାହାରେ ଭୋଗ କରି ଫେରିଯିବାକୁ ଭକ୍ତଙ୍କୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ l

ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ପୂଜା ମଣ୍ଡପର ଦୀପ ଜାଳିବା ସ୍ଥାନରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି । ତେଣୁ ବାହାର ରାଜ୍ୟରୁ ଆସିଥିବା ଭକ୍ତମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ କିଛି ଭକ୍ତ ବାବାଙ୍କୁ ଦର୍ଶନ କରିନପାରିବାରୁ ନିରାଶ ହୋଇ ଫେରିଛନ୍ତି। ତେବେ ଝରଣା ପାଣିର ପ୍ରଖର ସ୍ରୋତ ନ କମିବା ଯାଏ ଲିଙ୍ଗକୁ ସ୍ପର୍ଶ କରିବାକୁ ବାରଣ କରିଛି ଜିଲ୍ଲା ପ୍ରଶାସନ l

ସେପଟେ ପୁରୀରେ ପ୍ରବଳ ବର୍ଷା ଯୋଗୁ ବଡ଼ଦାଣ୍ଡରେ ଆଣ୍ଠୁଏ ଉଚ୍ଚର ପାଣି ଜମିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସେହିପରି ଗୁଣ୍ଡିଚା ମନ୍ଦିର ଆଖପାଖ ଅଞ୍ଚଳରେ ବି ପାଣି ଜମିଛି । ଅନ୍ୟପଟେ ପ୍ରବଳ ବର୍ଷା ନେଇ ଭୁବନେଶ୍ବର ଓ କଟକ ସମେତ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

nis-ad
Leave A Reply

Your email address will not be published.