ସୁବର୍ଣ୍ଣରେଖାରେ ଗାଧୋଇବା ବେଳେ ବୁଡିଗଲେ ୪ ନାବାଳକ, ଜଣେ ମୃତ

ଜଳେଶ୍ୱର : ସୁବର୍ଣ୍ଣରେଖା ନଦୀରେ ଗାଧୋଇବା ବେଳେ ବୁଡିଗଲେ ୪ ନାବାଳକ । ଘଟଣା ସ୍ଥଳରେ ଜଣଙ୍କର ମୃତ୍ଯୁ ହୋଇଥିବା ବେଳେ ଅନ୍ଯ ୩ ଜଣ ଗୁରୁତର । ଗୁରୁତର ୩ ଜଣଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ରେ ଭର୍ତ୍ତି କରା ଯାଇଛି । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ସର୍ଦ୍ଦାରସାହିରେ ଘଟିଛି ଅଭାବନୀୟ ଘଟଣା । ମୃତକ ନାବାଳକ ହେଲେ ସୁବାସ ରଣାଙ୍କ ପୁଅ ତାପସ ରଣା । ଆଜି ମଧ୍ଯାହ୍ନରେ ୪ ଜଣ ସାଙ୍ଗ ଗାଧୋଇବାକୁ ଯାଇଥିବା ବେଳେ ସୁବର୍ଣ୍ଣରେଖାର ସ୍ରୋତରେ ଭାସି ଯାଇ ଥିଲେ । ଘଟଣା ସ୍ଥଳରେ ବାଲିଆପାଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସେହିପରି ଗତକାଲି କାକଟପୁର ଅସ୍ତରଙ୍ଗ ଗଙ୍ଗପୁର ଗାଁରେ ପୋଖରୀରେ ବୁଡି ୮ବର୍ଷ ବାଳକର ମୃତ୍ୟୁ ହୋଇଛି । ନାବାଳକ ଜଣଙ୍କ ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଥିଲେ । ସ୍କୁଲ ଯିବା ସମୟ ହେବାରୁ ପରିବାର ଲୋକେ ଖୋଜାଖୋଜି କରିବାରୁ ପୋଖରୀରେ ନାବାଳକ ଭାସୁଥିବାର ଦେଖିବାକୁ ପାଇଥିଲେ । ଏହା ପରେ ପରିବାର ଲୋକେ ଉଦ୍ଧାର କରି ବାଙ୍ଗୁରୀ ଗାଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଥିଲେ।

nis-ad
Leave A Reply

Your email address will not be published.