କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୌନ ଶୋଷଣର ପ୍ରତିରୋଧ ଓ ପ୍ରତିକାର ଆଇନ ନେଇ ଏକଦିବସୀୟ ଜିଲ୍ଲାସ୍ତରୀୟ ତାଲିମ ଶିବିର

ମାଲକାନଗିରି : ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଦ୍ବାରା ମାଲ୍ୟବନ୍ତ ଛାତ୍ରାବାସ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପୋଷଣ ମାସ ପାଳନ କରାଯାଇଛି । ସେହିପରି କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୌନ ଶୋଷଣର ପ୍ରତିରୋଧ ଓ ପ୍ରତିକାର ଆଇନ ନେଇ ଏକଦିବସୀୟ ଜିଲ୍ଲାସ୍ତରୀୟ ତାଲିମ ଶିବିର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ବେଦବର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉପ ଜିଲ୍ଲାପାଳ, ଦୁର୍ଯ୍ୟଧନ ଭୋଇ, ଜିଲ୍ଲା ଯୋଗାଣ ଅଧିକାରୀ, ମନମୋହନ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ପ୍ରମିଳା ମାଝୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ନାରାୟଣ ଦାସ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ସସ୍ମିତା ସ୍ବାଇଁ, କାର୍ଯ୍ୟକ୍ରମ ଅଧିକାରୀ, ଇନ୍ଦିରା ପ୍ରଧାନ ଓ କିଶୋର ନ୍ୟାୟ ପରିଷଦ ସଦସ୍ୟ, ସନ୍ତୋଷ କୁମାର ଦାସ ମଞ୍ଚାସୀନ ଥିଲେ। ଏଠାରେ ଅତିରିକ୍ତ ଜିଲ୍ଲାପାଳ ମହିଳା ଓ ଶିଶୁଙ୍କ ପୁଷ୍ଟିସାଧନ ଏବଂ ସ୍ବାସ୍ଥ୍ୟ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଆହ୍ଵାନ ଦେଇଥିଲେ। ତା ସହିତ ଏକ ସୁସ୍ଥ ସ୍ବାସ୍ଥ୍ୟ ପାଇଁ ପୋଷଣ ବାଟିକା କେବଳ ଅଙ୍ଗନୱାଡ଼ି କେନ୍ଦ୍ରରେ ସୀମିତ ନରହି ନିଜ ଘରେ ମଧ୍ୟ ସୃଷ୍ଟି କରିବା ପାଇଁ ମାଆ ମାନଙ୍କୁ ପରାମର୍ଶ ଦେଇଥିଲେ। ବିଶେଷ କରି ଦୁର୍ଗମ ଅଞ୍ଚଳରେ, ଆଦିବାସୀ ଏବଂ ଅଣସଂରକ୍ଷିତ ଅଞ୍ଚଳରେ ଗ୍ରାମ୍ୟ ସ୍ବାସ୍ଥ୍ୟ, ପୁଷ୍ଟିସାଧନ ଏବଂ ପରିମଳ ଦିବସ ଏବଂ ଜାତୀୟ ଟୀକାକରଣ ଦିବସ ଜରିଆରେ ସ୍ବାସ୍ଥ୍ୟ ଏବଂ ପୁଷ୍ଟିସାଧନ ସେବାରେ ଉନ୍ନତି ଆଣିବା ପାଇଁ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଉତ୍ତମ ପୋଷଣ ଦ୍ବାରା ସୁସ୍ଥ ଜୀବନ ଗଠନ ନେଇ ସେପ୍ଟେମ୍ବର ୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ପୋଷଣ ମାସ ପାଳନ କରାଯିବ।
ସେହିପରି କାର୍ଯ୍ୟକ୍ଷେତ୍ରରେ ମହିଳା ମାନଙ୍କୁ ଯୌନ ଶୋଷଣର ପ୍ରତିରୋଧ ଓ ପ୍ରତିକାର ଆଇନ-୨୦୧୩ ନେଇ ଆଲୋଚନା କରାଯାଇଛି। ସମ୍ବିଧାନର ଧାରା-୧୪ ରେ ପ୍ରଦାନ କରାଯାଇଥିବା ସମାନତା ଅଧିକାର ବଳରେ ମହିଳାଙ୍କ ଅଧିକାରକୁ ସୁରକ୍ଷା ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି ଅତିଥି ମାନେ ପ୍ରକାଶ କରିଛନ୍ତି।
ବିଶେଷ ଭାବେ ଏହା ସମ୍ପର୍କିତ ଆଇନ ବିଷୟରେ ଗାଁ ଗହଳିର ମହିଳା ମାନଙ୍କୁ ଅଧିକ ସଚେତନତା କରିବାର ଆବଶ୍ୟକତା ରହିଛି ବୋଲି ମଧ୍ଯ ମତ ପ୍ରକାଶ ହୋଇଥିଲା।ଏହି ଅବସରରେ ଜିଲ୍ଳାର ସମସ୍ତ ସି ଡି ପି ଓ, ମହା ବିଦ୍ୟାଳୟର ଅଧ୍ୟାପିକା, ଗୋଷ୍ଠୀ ପୋଷଣ ସଂଯୋଜକ, କିଶୋରୀ ବାଳିକା, ୟୁନିସେଫ ଏକ୍ସନ୍ ଏଡ୍ ସଦସ୍ୟ ଓ ଅଙ୍ଗନୱାଡ଼ି କର୍ମୀଙ୍କ ସମେତ ଜିଲ୍ଲା ସମାଜ ମଙ୍ଗଳ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.