ବାଲିପଦର ଗ୍ରାମରେ ଦୂର୍ଗା ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

ବୁଗୁଡ଼ା : ବୁଗୁଡ଼ା ବ୍ଲକ ବାଲିପଦର ଗ୍ରାମସ୍ଥ ପୂଜା କମିଟି ପକ୍ଷରୁ ଆଗାମୀ ଅକ୍ଟୋବର ମାସରେ ମା’ ଦୂର୍ଗାଦେବୀଙ୍କ ଷଷ୍ଠୀ ପୂଜା ଉପଲକ୍ଷେ ଆଜି ବାଲିପଦର ବସଷ୍ଟାଣ୍ଡଠାରେ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ଅବସରରେ ପୂଜା କମିଟି ସମେତ ଗ୍ରାମବାସୀମାନେ ବାଦ୍ଯ ବାଜଣା ସହ କଳସ ଶୋଭାଯାତ୍ରାରେ ବାହାରି ନଗର ଭ୍ରମଣ ପୂର୍ବକ ମା’ଙ୍କ ପୂଜା ମଣ୍ଡପସ୍ଥଳରେ ଶୁଭଖୁଣ୍ଟିକୁ ସ୍ଥାପନ କରିଥିଲେ । ଉକ୍ତ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ଯକ୍ରମରେ ପୁରୋହିତ ଭାବେ ମନୋଜ ତ୍ରିପାଠୀ ଯୋଗ ଦେଇଥିଲା ବେଳେ କର୍ତ୍ତା ଭାବେ ତ୍ରିନାଥ ସାସମଲ ଦାୟିତ୍ବ ନିର୍ବାହ କରିଥିଲେ । ପୂଜା କମିଟି ସଭାପତି ସଞ୍ଜୟ ଜେନାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ନାରାୟଣ ସାମନ୍ତରା ପରିଚାଳନା କରିଥିବା ବେଳେ ଅନ୍ଯ ସଦସ୍ୟମାନେ ଏଥିରେ ସକ୍ରିୟ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.