କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ‘ସ୍ୱଚ୍ଛତା ହିଁ ସେବା’ ଉଦ୍ଦେଶ୍ୟରେ ପଥପ୍ରାନ୍ତ ନାଟକ ଆୟୋଜିତ

ମାଲକାନଗିରି : ସ୍ୱଚ୍ଛତା ହିଁ ସେବା ଆଦର୍ଶ କୁ ମୂଳ ଲକ୍ଷ ରଖି କେନ୍ଦ୍ରୀୟ ବିଦ୍ୟାଳୟ ଏକାଦଶ ଶ୍ରେଣୀ ର ଛାତ୍ରଛାତ୍ରୀ ମାନେ ଜିଲ୍ଲା ନ୍ୟାୟାଳୟ ସମ୍ମୁଖ ଛକରେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରିଥିଲେ l ଲୋକମାନେ ଦୈନନ୍ଦିନ ଜୀବନରେ ବ୍ୟକ୍ତି ଗତ ସ୍ୱଚ୍ଛତା ସହିତ ପାରିପାର୍ଶ୍ଵିକ ସ୍ୱଚ୍ଛତା ଅବଲମ୍ବନ କରି ମାଲକାନଗିରି ସହରକୁ କିପରି ସ୍ୱଚ୍ଛ ଏବଂ ସୁନ୍ଦର କରିପାରିବେ ଏହି ବାର୍ତ୍ତା ପଥପ୍ରାନ୍ତ ନାଟକ ମାଧ୍ୟମରେ ପ୍ରଦର୍ଶନ କରିଥିଲେ l କେନ୍ଦ୍ରୀୟ ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ କୈଳାଶ ମୀନା ଙ୍କ ତତ୍ୱାବଧାନରେ ଏହି ପଥପ୍ରାନ୍ତ ନାଟକ ପର୍ଯ୍ୟବେଷିତ ହୋଇଥିଲା l
ଜିଲ୍ଲା ନ୍ୟାୟାଳୟ ର ରେଜିଷ୍ଟ୍ରାର ଶ୍ରୀ ରୁଦ୍ର ପ୍ରକାଶ ନାୟକ ମୁଖ୍ୟ ଅତିଥି ରୂପେ ଏବଂ ମାଲକାନଗିରି ମହାବିଦ୍ୟାଳୟ ର ବାଣିଜ୍ୟ ବିଭାଗ ମୁଖ୍ୟ ଡ଼ ରଞ୍ଜନ କୁମାର ସ୍ୱାଇଁ ମୁଖ୍ୟ ବକ୍ତା ରୁପେ ଯୋଗଦେଇ ଛାତ୍ରଛାତ୍ରୀ ଙ୍କ ଉତ୍ସାହ ବୃଦ୍ଧି କରିଥିଲେ l ଏହି ପଥପ୍ରାନ୍ତ ନାଟକ କେନ୍ଦ୍ର ସରକାର ଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସ୍ୱଚ୍ଛତା ପଖୱାଡା କାର୍ଯ୍ୟକ୍ରମ ର ଅଂଶବିଶେଷ ଅଟେ l

ଏହି କାର୍ଯ୍ୟକ୍ରମ କୁ ସଫଳ କରିବାରେ କେନ୍ଦ୍ରୀୟ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯଥା ଶ୍ରୀ ଅମିତ ଦାସ, ଶ୍ରୀ ଭି ଅଶୋକ କୁମାର, ଶ୍ରୀମତୀ ଆଶ୍ରିତା ପଣ୍ଡା ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ l

nis-ad
Leave A Reply

Your email address will not be published.