ଜିଲ୍ଲାପାଳଙ୍କ ଦ୍ୱାରା ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ କନଫେରେନ୍ସ ହଲରେ ଜିଲ୍ଲାପାଳଙ୍କ ଦ୍ୱାରା ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଜିଲ୍ଲାପାଳ ଙ୍କ ଚିତ୍ରକୋଣ୍ଡା ବ୍ଲକରେ ପ୍ରଥମ ଥର ଅଭିଯୋଗ ଶୁଣାଣି ଥିବାରୁ କାର୍ଯ୍ୟକ୍ରମ ରେ ଜିଲ୍ଲାର ସମସ୍ତ ପ୍ରମୁଖ ବିଭାଗର ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ଆଖ ପାଖ ଅଞ୍ଚଳର ଲୋକେ ଆସି ନିଜ ନିଜ ଅଭିଯୋଗକୁ ଜିଲ୍ଲାପାଳ ଙ୍କ ସମ୍ମୁଖରେ ଜଣାଇଥିଲେ। ଅଭିଯୋଗ କୁ ଭିତ୍ତି କରି ନିର୍ଦ୍ଦିଷ୍ଟ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ସମସ୍ୟାର କେମିତି ଉଚିତ ସମାଧାନ କରାଯାଇ ପାରିବ ସେ ବାବଦରେ ଆଲୋଚନା କରାଯାଇଥିଲା। ସର୍ବମୋଟ ୧୬ ଟି ଅଭିଯୋଗ ଶୁଣାଣି ହୋଇଥିବା ବେଳେ ବିଶେଷ ରୂପେ ପାନୀୟ ଜଳ, ରାସ୍ତା ଘାଟ, ଡ୍ରେନେଜ ଓ ଲାଇଟ ବ୍ୟବସ୍ଥା ପାଇଁ ଅଭିଯୋଗ ଆଣିଥିଲେ । ବିଶେଷ କରି ପପୁଲୁର କୁ ସଂଯୋଗ କରୁଥିବା ରାସ୍ତା ଯଥାଶୀଘ୍ର ନୂତନ ଭାବେ ନିର୍ମାଣ କରାଯିବା ପାଇଁ ଅଭିଯୋଗ ଆଣିଥିଲେ ଅଞ୍ଚଳ ବାସିନ୍ଦା । ଚିତ୍ରକୋଣ୍ଡା ସଦର ମହକୁମା ଠାରେ ବଜାର ରାସ୍ତା ଓ ମେଡିକାଲ ରାସ୍ତା ଏବଂ ସମସ୍ତ ଡ୍ରେନେଜ ବ୍ୟବସ୍ଥା ସହ ମେଗା ପ୍ରକଳ୍ପ ଜରିଆରେ ପାନୀୟ ଜଳର ବ୍ୟବସ୍ଥା ଶୀଘ୍ର କରାଇବା ପାଇଁ ଅଭିଯୋଗ ଶୁଣାଣି ହୋଇଥିଲା । ସ୍ୱାଭିମାନ ଅଞ୍ଚଳକୁ ବିଶେଷ ଦୃଷ୍ଟି ଦିଆ ଯାଉଥିବା ବେଳେ ଚିତ୍ରକୋଣ୍ଡା ସଦର ମହକୁମା ଉପରେ ପ୍ରଶାସନ ର ନଜର ଆସୁ ନଥିବା କଥା ଅଭିଯୋଗ ହୋଇଛି ।

nis-ad
Leave A Reply

Your email address will not be published.