ବାଲିଗୁଡା : ସାପ କାମୁଡାରେ ରେ ଜଣେ ମୃତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମିଡିଆକିଆ ପଞ୍ଚାୟତର ଡଙ୍ଗାମିଲା ଗ୍ରାମର ଉଷପ ମଲ୍ଲିକ (୩୫) ରବିବାର ରାତିରେ ନିଜ ପିଲା ଓ ସ୍ତ୍ରୀ ସହିତ ଘରେ ଶୋଇଥିବା ବେଳେ ଗୋଡ ରେ ସାପ କାମୁଡି ଦେଇଥିଲା । ଏହା ପରେ ପରିବାର ଲୋକ ରାତିରେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଚେଷ୍ଟା କରିଥିଲେ କିନ୍ତୁ ଗାଁ କୁ ରାସ୍ତା ନଥିବାରୁ ବଣ ପାହାଡ ଦେଇ ଆଣିବା ପାଇଁ ସାହସ କରି ପାରିନଥିଲେ l ସକାଳୁ କୌଣସି ମତେ ମେଡିକାଲକୁ ଆଣୁଥିବା ବେଳେ ଅଧା ରାସ୍ତାରେ ଉଷପର ମୃତ୍ୟୁ ହୋଇଥିଲା ।

nis-ad
Leave A Reply

Your email address will not be published.