ବର୍ଜ୍ୟବସ୍ତୁରେ ନିର୍ମିତ ହସ୍ତଶିଳ୍ପ ପ୍ରଦର୍ଶନ ଓ ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଚିକିଟୀ : ଏହି ଏନ୍ଏସି ତରଫରୁ ଚିକିଟୀ ଗଡ଼ ସ୍ଥିତ ରାଜକବି ରାଧାମୋହନ ବିଦ୍ୟାପୀଠ ପରିସରରେ ସ୍ୱଚ୍ଛତା ହିଁ ସେବା କାର୍ଯକ୍ରମ ଆନୁକୂଲ୍ୟରେ ସୋମବାର ଅଦରକାରୀ ବର୍ଜ୍ୟବସ୍ତୁରେ ନିର୍ମିତ ହସ୍ତଶିଳ୍ପ ପ୍ରଦର୍ଶନ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଚିକିଟୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟର ପ୍ରାୟ ୧୦୦ ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀ ମାନେ ଅଦରକାରୀ ବର୍ଜ୍ୟବସ୍ତୁ କିପରି ଭାବରେ ବ୍ୟବହାର କରାଯାଇ ପାରିବ ସେ ନେଇ ଅନେକ ପ୍ରକାର ହସ୍ତଶିଳ୍ପ ପ୍ରଦର୍ଶନ କରିଥିଲେ। ଏଥି ସହିତ ସ୍ୱଚ୍ଛତା ହିଁ ସେବା କାର୍ଯକ୍ରମକୁ ନେଇ ବିଭିନ୍ନ ପ୍ରକାରର ଚିତ୍ରକଳା ମଧ୍ୟ ପ୍ରଦର୍ଶନ କରିଥିଲେ । ଚିକିଟୀ ଏନ୍ ଏ ସି ଅଧ୍ୟକ୍ଷା ଦୀପା କୁମାରୀ ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ସମ୍ମାନୀୟ ଅତିଥି ଭାବେ ବିଡ଼ିଓ ଲକ୍ଷ୍ମଣ ଚରଣ ସୋରେନ, ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ପଣ୍ଡା, ସିଡିପିଓ ଗୀତାଞ୍ଜଳି ପାଣିଗ୍ରାହୀ ପ୍ରମୁଖଙ୍କ ସହ ଚିକିଟୀ ଏନ୍ ଏ ସିର ବହୁ କାଉନସିଲର ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ମନରେ ନିର୍ମଳ ଭାବ ଜାଗୃତ ହେଲେ ପରିବେଶ ଆପେ ଆପେ ନିର୍ମଳ ହେବ ବୋଲି ଶ୍ରୀ ସାମନ୍ତରାୟ ନିଜର ବକ୍ତବ୍ୟ ରଖିଥିଲେ। ପରିବେଶ କୁ କିପରି ଭାବରେ ପ୍ଲାଷ୍ଟିକ ମୁକ୍ତ କରାଯାଇ ପ୍ଲାଷ୍ଟିକ ବର୍ଜନ କରି ଅଞ୍ଚଳକୁ ବର୍ଜ୍ୟବସ୍ତୁ ରୁ ନିର୍ବୁତ ରଖିପାରିବା ତାହା ଉପରେ ମଞ୍ଚାସିନ ଅତିଥି ମାନେ ନିଜ ନିଜର ମୂଲ୍ୟବାନ ବକ୍ତବ୍ୟ ରେ କହିଥିଲେ। ଚିକିଟୀ ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ କୁଲଦୀପ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରତ୍ୟେକ ସ୍କୁଲରୁ ଆସିଥିବା ଶିକ୍ଷକ, ଶିକ୍ଷୟିତ୍ରୀ,ଅଭିଭାବକ, ଅଫିସ କର୍ମଚାରୀ ଓ ସ୍ୱଚ୍ଛ ସାଥିଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ରୂପାୟନ ହୋଇଥିଲା।

nis-ad
Leave A Reply

Your email address will not be published.