ବିଶ୍ଵକର୍ମା ପୂଜା ଉପଲକ୍ଷେ ଓ ସ୍ବର୍ଗୀୟ ଶ୍ୟାମ ସାହାଙ୍କ ସ୍ମୃତିରେ ଦୁଇ ଦିନ ବ୍ୟାପି ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ

ଉମରକୋଟ : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଛତାବେଡା ଡିଏନକେ ଗ୍ରାମରେ ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ବିଷକର୍ମା ପୂଜା ଉପଲକ୍ଷରେ ଏସ ଏସ ସାହା ପରିବାର ଦ୍ୱାରା ଦୁଇ ଦିନ ବ୍ୟାପି ଏକ ଫୁଟବଲ ପ୍ରତିଯୋଗିତାର ଆୟୋଜନ କରିଛନ୍ତି। ଏହି ଫୁଟବଲ ପ୍ରତିଯୋଗିତାରେ ସମୁଦାୟ ଆଠଗୋଟି ଦଳ ଭାଗ ନେଇଛନ୍ତି। ଏହି ଆଠଟୀ ଫୁଟବଲ ଦଳ ହେଲା, ଜଗଦଳପୁର (ଛିଜି), ବେଙ୍ଗାଲୋର (ଏଫଛି), କୁଚିଣ୍ଡା,(ସମ୍ବଲପୁର )ଏସ ଏସ ସାହା,(ଛତାବେଡ଼ା ) କୋଲକାତା, ବଡ଼ଗଡ଼, ଫୁଲବାଣୀ, ସୋନାବେଡ଼ା ( କୋରାପୁଟ ) ଏହି ଖେଳଟି ଛତାବେଡା ଡିଏନକେ ଗ୍ରାମରେ ଦୀର୍ଘ ୩୪ ବର୍ଷ ଧରି ଏସ ଏସ ସାହା ପରିବାର ଦ୍ୱାରା ବିଶ୍ଵକର୍ମା ପୂଜା ପରେ ଏହି ଫୁଟବଲ ଖେଳଟି ଜୀବନ୍ତ ରଖିଛନ୍ତି । ଅନ୍ତିମ ଦିନରେ ରାଇଘର, ଉମରକୋଟ ବ୍ଲକରୁ ହଜାର ହଜାର ଦର୍ଶକ ବହୁ ମାତ୍ରାରେ ଉପସ୍ଥିତ ହୋଇ ପ୍ରଚଣ୍ଡ ଖରାକୁ ଖାତିର ନ କରି କଷ୍ଟ ଅନୁଭବ ନ କରି ଦୁଇ ଦିନ ବ୍ୟାପି ଖେଳଟିର ଆନନ୍ଦ ଉପଭୋଗ କଲେ। ଏହି ଟୁର୍ନାମେଣ୍ଟରେ ଭାଗ ନେଇଥିବା ଦଳ ଗୁଡିକ ଦୂର ଦୁରାନ୍ତର ଆସି ଭାଗ ନେଇ ଖେଳ ଦେଖିଥିବା ଆଗତ ସମସ୍ତ ଦର୍ଶକକୁ ଖେଳ ଖେଳି ଆନନ୍ଦ ପ୍ରଦାନ କଲେ। ଏସ ଏସ ସାହା ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସାହା ପରିବାର ଓ ଛତାବେଡ଼ା ଗ୍ରାମର ମାନ୍ୟ ଗଣ୍ୟ ପ୍ରମୁଖ ମୁଖ୍ୟ ମୁଖ୍ୟ ବ୍ୟକ୍ତି ବିଶେଷଙ୍କ ତତ୍ତ୍ଵାବଧାନରେ ଏହି ଖେଳଟି ପରିଚାଳିତ ହୋଇଥିବା ବେଳେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଛତାବେଡା ଯୁବକ ଭାଇ ମାନେ ମଧ୍ୟ ଖେଳ ପଡ଼ିଆରେ ଉପସ୍ଥିତ ଥାଇ ଯେ ପରି କୌଣସି ଅପ୍ରତିକର ଘଟଣା ନ ଘଟେ ସେ ଦିଗରେ ତୀକ୍ଷ୍ମ ନଜର ରଖି ଦାୟିତ୍ୱରେ ଥିଲେ।

ଏସ ଏସ ସାହା ( ଈଶ୍ୱର ଶ୍ୟାମ ସୁନ୍ଦର ସାହା ) ଜଣେ ମିଷ୍ଟଭାଷୀ ଓ ସତ୍‌ ପ୍ରକୃତିର ବ୍ୟକ୍ତିଥିଲେ | ୧୯୯୦ ମସିହାରେ ସେ ଏହି ଫୁଟବଲ ପ୍ରତିଯୋଗିତାଟି ଆରମ୍ଭ କରିଥିଲେ | କିନ୍ତୁ ସେ ନିଜ ପରିବାରର ସମସ୍ତଙ୍କୁ ଦୁଃଖ ସାଗରେ ଭସାଇ ଆରପାରିକୁ ଚିରଦିନ ପାଇଁ ଚାଲିଗଲେ। ତାପରଠାରୁ ତାଙ୍କରି ଭାଇ ‘ଜୀବନ ସାହା, ଗୋପାଳ ସାହା ଓ ନିତାଇ ସାହା ଏହି ପ୍ରତିଯୋଗିତାଟି ବଡ଼ ଭାଇଙ୍କ ସ୍ମୃତିରେ ନିଜ ଗ୍ରାମଲୋକଙ୍କ ସହଯୋଗରେ ଅନୁଷ୍ଠିତ କରାଉଛନ୍ତି ।

ଆଜିର ଫାଇନାଲ ଖେଳରେ ବଡ଼ଗଡ଼ ଓ କୁଚିଣ୍ଡା ପ୍ରବେଶ କରି ଉଭୟ ପକ୍ଷ ସଙ୍ଗର୍ଷ ପୂର୍ଣ୍ଣ ଖେଳ ଖେଳି ବଡ଼ଗଡ଼ କୁଚିଣ୍ଡାକୁ ୨ଗୋଲ ମାରି ବିଜୟ ହାସଲ କରି ପଚାଶ ହଜାର ଟଙ୍କା ଓ ବିଜେତା ଟ୍ରଫି ହାସଲ କରିଥିଲେ | ସେହିପରି କୁଚିଣ୍ଡା ଟିମକୁ ରନର୍ସଅଫ ଟ୍ରଫି ସହ ୩୦ ହଜାର ଟଙ୍କା ଏସ ଏସ ସାହା ପରିବାର ପ୍ରଦାନ କରିଛନ୍ତି। ଆଗତ ସମସ୍ତ ଦର୍ଶକ ବଡ଼ ଭାଇ ପ୍ରତି ସାନ ଭାଇ ମାନଙ୍କର ଏହି ପରି ଭକ୍ତି ଦେଖି ଏସଏସ ସାହା ତିନି ଭାଇକୁ ଶୁଭେଚ୍ଛା ପ୍ରଦାନ କରିବା ସହିତ ସାଧୁବାଦ ଜଣାଇଛନ୍ତି।

nis-ad
Leave A Reply

Your email address will not be published.