ଦାରୁଭଦ୍ରା ପଞ୍ଚାୟତ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ

ହିଞ୍ଜିଳିକାଟୁ ୧୮/୯ : ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଦାରୁଭଦ୍ରା ଗ୍ରାମ ପଞ୍ଚାୟତରେ ବିଭିନ୍ନ ଦୁର୍ନୀତି ଓ ସରପଞ୍ଚଙ୍କ ମନମୁଖି କାର୍ଯ୍ୟକୁ ନେଇ ପଞ୍ଚାୟତର ୱାର୍ଡ ସଭ୍ୟ ସଭ୍ୟା ମାନେ ଵୁଧବାର ଛତ୍ରପୁର ଉପଜିଲ୍ଲାପାଳଙ୍କ ପାଖରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ସରପଞ୍ଚଙ୍କ ଏହି ମନମୁଖି କାର୍ଯ୍ୟ ବିରୁଦ୍ଧରେ ୱାର୍ଡ ସଭ୍ୟ ସଭ୍ୟା ମାନେ ଗତ ୭/୯ ଦିନ ନିମେଶ୍ଵର ମନ୍ଦିର ନିକଟସ୍ଥ ମଣ୍ଡପରେ ଏକ ଵୈଠକ କରିବା ସହିତ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ ଆଣିବାକୁ ପ୍ରସ୍ତାବ ଆଗତ କରିଥିଲେ । ଦିର୍ଘଦିନ ହେଲା ସରପଞ୍ଚ ୱାର୍ଡର୍ ସଭ୍ୟ ସଭ୍ୟା ଓ ନାଏବ ସରପଞ୍ଚଙ୍କୁ ପଞ୍ଚାୟତର ସମସ୍ତ କାର୍ଯ୍ୟ ନଜଣାଇ ନିଜେ କରିଛନ୍ତି । । କିଛି ପ୍ରକଳ୍ପ କାର୍ଯ୍ୟକୁ ମଧ୍ୟ ନଜଣାଇ ମନଇଛା ବିଲ କରାଯାଇଥିବା ଏପରିକି ଆମ ଓଡିଶା ନବୀନ ଓଡିଶା ଯୋଜନାରେ ଆସିଥିବା ଅର୍ଥ ସରପଞ୍ଚ କାହାକୁ ନଜଣାଇ ମନଇଛା ଖର୍ଚ୍ଚ କରିଛନ୍ତି । ସେହିପରି ବିଶେଷ ଭାବେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣରେ ତୃଟି ସହ ପଞ୍ଚାୟତବାସୀଙ୍କୁ ମୈ।ଳିକ ସୁବିଧା ଯୋଗାଇ ଦେବାରେ ବିଫଳ ସୋଇଛି।ମନରେଗା ଯୋଜନାରେ ମହାଦୁର୍ନୀତି କରାଯାଇଛି । ଏଭଳି ସରପଞ୍ଚ ବିଭିନ୍ନ ଆର୍ଥିକ ଦୁର୍ନୀତିରେ ଜଡିତ ଥିବାରୁ ଦାରୁ ଭଦ୍ରା ଗ୍ରାମପଞ୍ଚାୟତର ୱାର୍ଡ ସଭ୍ୟସଭ୍ୟା ମାନେ ନାଏବ ସରପଞ୍ଚ ପ୍ରଭାସିନୀ ବେହେରାଙ୍କ ନେତୃତ୍ୱରେ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ ଆଗତ ପାଇଁ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଉକ୍ତ ଅନାସ୍ତା ପ୍ରସ୍ତାବରେ ଦାରୁଭଦ୍ରା ଗ୍ରାମପଞ୍ଚାୟତର ନାଏବ ସରପଞ୍ଚଙ୍କ ସହିତ ୧୨ ଜଣ ୱାର୍ଡ ସଭ୍ୟ ସଭ୍ୟାଙ୍କ ଦସ୍ତଖତ ସମ୍ବଳିତ ଅନାସ୍ତା ପ୍ରସ୍ତାବ ପାଇଁ ଦାବିପତ୍ର ଦେଇଛନ୍ତି । ପ୍ରକାଶ ଥାଉକି ଦାରୁଭଦ୍ରା ସରପଞ୍ଚ ବିକାଶ ସେଠି ଗତ ଅଗଷ୍ଟ ୨୨ ତାରିଖରେ ଭୁବନେଶ୍ୱରଠାରେ ବିଜେପି ଦଳରେ ଯୋଗଦାନ କରିଥିଲେ।‌

nis-ad
Leave A Reply

Your email address will not be published.