ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ: ସ୍କୁଲ୍ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଠାବ

ନବରଙ୍ଗପୁର: ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ।  ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖଣ୍ଟି କଣ୍ଟାଗାଁର ଅଭାବନୀୟ ଘଟଣା ।  ଦୋଷୀକୁ କଠୋର ଦଣ୍ଡ ଦାବିରେ ଗାଁର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ଗ୍ରାମବାସୀ ।  ସଦର ପଂଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ଏକ ଟାୱାର ପାଚେରି ପାର୍ଶ୍ୱରୁ ଜଣେ ୧୧ ବର୍ଷୀୟା ନାବାଳିକାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି ।  ନାବାଳିକା ଗତକାଲି ଦିନ ଗୋଟାଏ ବେଳେ ଶୌଚ ହେବାକୁ ଯାଇ ଆଉ ଫେରିନଥିଲେ ।  ଘରଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ ଝିଅର ପତ୍ତା ମିଳିନଥିଲା ।

ପରେ ରାତିରେ ଗ୍ରାମର ଟାୱାର ପାଚେରି ପାର୍ଶ୍ୱରୁ ଝିଅର ମୃତ ଶରୀର ପଡିଥିବା ଦେଖିବାକୁ ପାଇଥିଲେ ।  ପାରିପାର୍ଶ୍ଵିକ ସ୍ଥିତିରୁ ଏହା ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।  ତେନ୍ତୁଳିଖୁଣ୍ଟି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ରାତିତମାମ ସାଇଣ୍ଟିଫିକ ଟିମ ଏବଂ ଡ଼ଗ ସ୍କ୍ୱାଡ ତଦନ୍ତ କରିଥିଲେ ।  ରାତିରେ ନବରଙ୍ଗପୁର ବିଧାୟକ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାର ସହ ଆଲୋଚନା କରିଥିଲେ ।  ଦୋଷୀକୁ କଠୋର ଦଣ୍ଡ ଦାବିରେ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି ।  ଏପଟେ ପୋଲିସ ମାମଲାରେ ଗାଁର ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି ।

nis-ad
Leave A Reply

Your email address will not be published.