ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା: ୫ ପୋଲିସ ସସ୍‌ପେଣ୍ଡ୍

ଭୁବନେଶ୍ୱର: ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ୫ ପୋଲିସ ନିଲମ୍ବିତ। ୫ ପୋଲିସ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଡିଜିପି ୱାଇ ବି ଖୁରାନିଆ। ଏହି ଘଟଣାରେ ଭରତପୁର ଥାନାର ପୂର୍ବତନ ଆଇଆଇସି ଦିନକୃଷ୍ଣ ମିଶ୍ର ସସ୍‌ପେଣ୍ଡ ହୋଇଛନ୍ତି।

ସେହିପରି ଏଏସଆଇ ବୈଶାଳିନୀ ପଣ୍ଡା, ଏଏସଆଇ ସଲିଳମୟୀ ସାହୁ ଓ ସାଗରିକା ରଥ ସସ୍‌ପେଣ୍ଡ ହୋଇଛନ୍ତି। କନଷ୍ଟେବଲ ବଳରାମ ହାଁସଦା ମଧ୍ୟ ନିଲମ୍ବିତ ହୋଇଛନ୍ତି। ଏହା ପୂର୍ବରୁ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ଡିସିପି ମୁଖ୍ୟାଳୟକୁ ବଦଳି କରାଯାଇଥିଲା। ସେହିପରି ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର ସଲିଳମୟୀ ସାହୁଙ୍କୁ ଡିସିପି କାର୍ଯ୍ୟାଳୟ ଓ କନେଷ୍ଟବଳ ବଳରାମ ହାଁସଦାଙ୍କୁ ଭୁବନେଶ୍ବର ଆରଓକୁ ବଦଳି ହୋଇଥିଲା।

ଏହାରି ଭିତରେ ଆସିଛି କ୍ରାଇମବ୍ରାଞ୍ଚର ପ୍ରାଥମିକ ତଦନ୍ତ ରିପୋର୍ଟ। ରିପୋର୍ଟ ନେଇ ଏଡିଜି କ୍ରାଇମବ୍ରାଞ୍ଚ ଡିଜିପିଙ୍କ ସହ କରିଛନ୍ତି ଆଲୋଚନା। ଯେ କୌଣସି ସମୟରେ ଏନେଇ ହୋଇପାରେ ଖୁଲାସା। ଆଜି କ୍ରାଇମବ୍ରାଞ୍ଚ ଟିମ କ୍ୟାପଟେନ ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କ ବୟାନ ରେକର୍ଡ କରିପାରେ। ଗତ ଶନିବାର ରାତି ଅଧରେ ଭୁବନେଶ୍ବର ଭରତପୁର ଥାନା ଅଞ୍ଚଳରେ କେତେକ ଦୁବୃର୍ତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ ଗୁରୁବଂଶ ଓ ତାଙ୍କ ବାନ୍ଧବୀ ଅଭିଯୋଗ କରିବାକୁ ଯାଇଥିଲେ। ଜଣେ ମହିଳା ଅଫିସରଙ୍କୁ ଅଭିଯୋଗ ରଖିବାକୁ କହିବା ପରେ ସେ ଶୁଣିନଥିଲେ। ଏନେଇ ଉଭୟଙ୍କ ମଧ୍ଯରେ ଯୁକ୍ତିତର୍କ ହେବା ପରେ ଗୁରୁବଂଶଙ୍କୁ ପ୍ଯାଣ୍ଟ ସାର୍ଟ ଖୋଲି ଥାନାରେ ବସାଇ ଦେଇଥିଲେ।

nis-ad
Leave A Reply

Your email address will not be published.