ଫୁଲବାଣୀରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ

ଫୁଲବାଣୀ : ଓଡ଼ିଶା ସରକାରଙ୍କର ମହିଳା ଓ ଶିଶୁ ବିକାଶ ବିଭାଗର ମହିଳା ସଶକ୍ତିକରଣ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ସୁଭଦ୍ରା’ର ଶୁଭାରମ୍ଭ ଆଜି ହୋଇଯାଇଛି । ଏହି କ୍ରମରେ ସ୍ଥାନୀୟ କରୋନେସନ ପଡ଼ିଆରେ ଫୁଲବାଣୀ ବ୍ଳକ ଓ ଫୁଲବାଣୀ ପୌରାଞ୍ଚଳର ମିଳିତ ସ‌ହ‌ଯୋଗରେ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେହିପରି, ଫୁଲବାଣୀ ପଞ୍ଚାୟତ ସମିତି ତରଫରୁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଅଧୀନରେ ଗୃହ ପ୍ରବେଶ କାର୍ଯ୍ୟକ୍ରମ ଓ କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ସହିତ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଗୃହ ସମ୍ପୂର୍ଣ୍ଣ ହୋଇଥିବା ହିତାଧିକାରୀଙ୍କୁ ଗୃହ ପ୍ରବେଶ ପାଇଁ ଚାବି ବଣ୍ଟନ କରାଯାଇଥିବାବେଳେ ଏହି ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା। ମୁଖ୍ୟ ଅତିଥିଭାବେ ଯୋଗଦେଇ କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜ୍ ଶୁଭଦ୍ରା ଯୋଜନା ଅଧୀନରେ ଥିବା ଯୋଗ୍ୟ ହିତାଧିକାରୀ ଓ ଯୋଗ୍ୟତା ମାନଦଣ୍ଡ ଉପରେ ଆଲୋଚନା କରିଥିଲେ । ଯେଉଁ ଯୋଗ୍ୟ ହିତାଧିକାରୀ ମାନେ ଆବେଦନ କରିପାରିନାହାଁନ୍ତି ସେମାନେ ଆବଶ୍ୟକ କାଗଜପତ୍ର ଦାଖଲ କରି ଆବେଦନ କରି ଚଳିତ ବର୍ଷରେ ଶୁଭଦ୍ରା ଅଧୀନରେ ଲାଭ ପାଇବା ପାଇଁ ପରାମର୍ଶ ଦେଇଥିଲେ । ଯେଉଁ ମହିଳାମାନେ ନିଜ ଜମିରେ କିମ୍ବା ବାଡ଼ିରେ ପନିପରିବା କରି ଜୀବିକା ନିର୍ବାହ କରୁଛନ୍ତି ସେମାନେ l ଏହି ଟଙ୍କାକୁ ସେଥିରେ ଖଟାଇ ପାରିଲେ ଅଧାରୁ ଅଧୂକ ଲାଭବାନ ହୋଇ ପାରିବେ । ଆଉ ଯେଉଁ ମାନେ ଗୃହିଣୀ ଅଛନ୍ତି ସେମାନେ ଚାହିଁଲେ ନିଜେ କିମ୍ବା ଗୋଷ୍ଠୀଗତଭାବେ କିଛି ରୋଜଗାର ପାଇଁ ଏହାକୁ ମୂଳ ମୂଳଧନ ଆକାରରେ ବିନିଯୋଗ କରିପାରିବେ। ମହିଳା ମାନଙ୍କୁ ଆର୍ଥିକ ସଶକ୍ତିକରଣ ତଥା ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଏହି କଲ୍ୟାଣକାରୀ ଯୋଜନା ଆରମ୍ଭ କରିଛନ୍ତି ବୋଲି ଶ୍ରୀ ଋତୁରାଜ୍ କହିଥିଲେ ।
ମାନନୀୟ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଆଦିତ୍ୟ କହଁର ଏବଂ ମାନ୍ୟବର ଫୁଲବାଣୀ ବିଧାୟକଙ୍କ ପ୍ରତିନିଧି ରମେଶ ଚନ୍ଦ୍ର ମହାନ୍ତି କହିଲେ, ମହିଳା ମାନଙ୍କର ସାମଗ୍ରିକ କଲ୍ୟାଣ, ବ୍ୟକ୍ତିଗତ ଏବଂ ବୃତ୍ତିଗତ ବିକାଶ ପାଇଁ ଏହି ଯୋଜନାର ମୂଳ ଲକ୍ଷ୍ୟ। ମାନନୀୟ ପ୍ରଧାନ ମନ୍ତ୍ରୀ ଗତବର୍ଷ ଆଜିର ଦିନରେ ବିଶ୍ଵକର୍ମା ଯୋଜନାର ଶୁଭାରମ୍ଭ କରିଥିବା ବେଳେ ଆଜି ସୁଭଦ୍ରା’ର ଶୁଭାରମ୍ଭ କରିଛନ୍ତି । ସୁଭଦ୍ରା ଯୋଜନା ପାଇଁ କୌଣସି ଲିଙ୍କ ଆସୁନାହିଁ। ଯଦି କୌଣସି
ଆବଦେନକାରୀ ସେହି ଲିଙ୍କକୁ କ୍ଲିକ୍ କରିଦେବେ ତେବେ ତାଙ୍କ ଆକାଉଣ୍ଟରୁ ସମସ୍ତ ଟଙ୍କା ଚାଲିଯିବାର ସମ୍ଭାବନା ସେଥି ପାଇଁ ସତର୍କ ରହିବା ପାଇଁ ଶ୍ରୀ ମହାନ୍ତି ପରାମର୍ଶ ଦେଇଥିଲେ। ଅବେଦନ କରିଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟରେ ଟଙ୍କା ଜମାହେବ ସେଥିପାଇଁ ବ୍ୟସ୍ତ ନ ହେବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ। ରାଜ୍ୟସ୍ତରୀୟ ସୁଭଦ୍ରା’ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆମ ଜିଲ୍ଲାରୁ ୧୦୦ ଜଣ ମା’ମାନଙ୍କୁ ନେଇ ୫ ଜଣ ଅଧିକାରୀ ଗତକାଲି ରାତିରୁ ଭୁବନେଶ୍ଵର ଗ୍ରସ୍ତ କରିଥିବା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଜୟାଲକ୍ଷ୍ମୀ ବେହେରାଙ୍କ ସୂଚନାରୁ ଜଣାପଡ଼ିଛି । ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ରତ୍ନାକର ସାହୁ ତାଜ୍ଞ ପ୍ରାରମ୍ଭିକ ସଂଭାଷଣରେ ସୁଭଦ୍ରା ଯୋଜନା ଓ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଉପରେ ଆଲୋଚନା କରିବା ସହିତ ସ୍ବଚ୍ଛତା ରଖିବା ପାଇଁ ଶପଥ ପାଠ କରାଇଥିଲେ । ଫୁଲବାଣୀ ବ୍ଳକ ପ୍ରକଳ୍ପ ମ୍ୟାନେଜର, ଓଡ଼ିଶା ଜୀବିକା ମିଶନ ସୁଶାନ୍ତ କୁମାର ଲେଙ୍କା ସଭା ପରିଚାଳନା କରିଥିବା ବେଳେ ଫୁଲବାଣୀ ବ୍ଲକ ମିଶନଶକ୍ତିର ବ୍ଲକ ପ୍ରକଳ୍ପ ସଂଯୋଜକ ଦିପ୍ତିମୟୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା କହଁର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଫୁଲବାଣୀ ପ୍ରତୀକ କୁମାର ସାହୁ, ସି.ଡି.ପି.ଓ., ଫୁଲବାଣୀ ବ୍ଲକ ଶ୍ରୀମତୀ ବୈଜୟନ୍ତ ମଲ୍ଲିକ,ବିଭାଗୀୟ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧି ଏବଂ ପ୍ରାୟ ୪ହଜାର ମହିଳା ଯୋଗ ଦେଇଥିଲେ l

nis-ad
Leave A Reply

Your email address will not be published.