ଚିକିଟୀ ବ୍ଲକରେ ସୁଭଦ୍ରା ଯୋଜନାର ଲୋକାର୍ପଣ


ଚିକିଟୀ : ଗଞ୍ଜାମ ଜିଲ୍ଲା ଏହି ବ୍ଲକ ପରିସରରେ ଆଜି ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନାର ଲୋକାର୍ପଣ ଆନୁଷ୍ଠାନିକ ଭାବେ ଭିଡିଓ ଆଭାସୀ ମାଧ୍ୟମରେ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ମନରଞ୍ଜନ ଦ୍ୟାନ ସାମନ୍ତରl ଏହି କାର୍ଯ୍ୟକ୍ରମ ରେ ଯୋଗ ଦାନ କରି ଓଡିଶା ସରକାରଙ୍କ ଦୁରଦୃଷ୍ଟି ଯୋଜନା ସୁଭଦ୍ରା ବୋଲି ପ୍ରକାଶ କରିବା ସହ ଏହି ଯୋଜନା ଦ୍ୱାରା ସମସ୍ତ ମହିଳା ସ୍ୱାବଳମ୍ବି ହୋଇପାରିବେ ବୋଲି ପ୍ରକାଶ କରିଥିଲେ l ଉକ୍ତ ସଭାରେ ବିଡ଼ିଓ ଲକ୍ଷ୍ମଣ ଚରଣ ସୋରେନ ଅଧ୍ୟକ୍ଷତା କରିବାକୁ ଯାଇ ପ୍ରକାଶ କରିଥିଲେ ଦେଶରେ ମହିଳା ମାନେ ଆଗେଇଲେ ଦେଶର ଆର୍ଥିକ ମାନଦଣ୍ଡ ସୁଧୀରିବା ସହଜ ହୋଇ ପାରିବ। ଏହି ଯୋଜନ ଫଳରେ ରାଜ୍ୟରେ ୨୧ ରୁ ୬୦ ବର୍ଷ ବୟସ ମଧ୍ୟରେ ସମସ୍ତ ଯୋଗ୍ୟ ହିତାଧିକାରୀ ମହିଳା ମାନେ ସ୍ୱାବଲମ୍ବି ହୋଇ ପରିବେ ବୋଲି ଏକ ପ୍ରକାର ଆତ୍ମବିଶ୍ୱାସ ପ୍ରଦାନ କରିଥିଲେ। ସେହିପରି ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପାଳନ ଅବସରରେ ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ କୁଲଦୀପ କୁମାର ଯୋଗଦାନ ପୂର୍ବକ ନିଜର ଆଭିମୁଖ୍ୟ ସ୍ୱଚ୍ଛତା ଉପରେ ପରିପ୍ରକାଶ କରିଥିଲେ। ଏତଦ ବ୍ୟତୀତ ଶିଶୁ ବିକାଶ ଅଧିକାରୀ ଗୀତାଞ୍ଜଳି ପାଣିଗ୍ରାହି, ସ୍ଥାନୀୟ ତହସିଲଦାର ବଳଦେବ ବେହେରା, ସହାୟକ ଯନ୍ତ୍ରୀ ଉଦୟ ପ୍ରଧାନ ପ୍ରମୁଖ ମଞ୍ଚାସୀନ ହୋଇ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟଦେଶ ବଣ୍ଟନ ମଧ୍ୟ କରିଥିଲେ।ପୂର୍ବରୁ ସ୍କୁଲ ମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ଶ୍ରୀ ସମାନ୍ତରାଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏହି ଲୋକାର୍ପଣ କାର୍ଯ୍ୟକ୍ରମ ରେ ଚିକିଟୀ ବ୍ଲକର ଶହ ଶହ ମହିଳା ଉପସ୍ଥିତ ରହି ଯୋଜନା ସମ୍ପର୍କରେ ଅବଗତ ହୋଇଥିଲେ। ଏହି କାର୍ଯ୍ୟକ୍ରମ ରେ ବ୍ଲକର ସମସ୍ତ କର୍ମଚାରୀଙ୍କ ଉପସ୍ଥିତି ଏବଂ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ରୂପାୟନ ହୋଇଥିଲା।

nis-ad
Leave A Reply

Your email address will not be published.