ଗଜାନନଙ୍କ ଭଷାଣୀ ସମାରୋହ : ମେଡ଼ିକାଲ ପରିସରରେ ଫୁଟିଲା ବାଣ, ବାଜିଲା ଡିଜେ

ହିଞ୍ଜିଳିକାଟୁ : ମେଡିକାଲ ପରିସରରେ ଉଚ୍ଚ ଶବ୍ଦ କରିବା ସକାଶେ କଡା ନିୟମ ରହିଛି । ହେଲେ ସମସ୍ତ ନିତି ନିୟମକୁ ଉଲଙ୍ଘନ କରିଛନ୍ତି ଖୋଦ୍ ମେଡିକାଲ କର୍ମଚାରୀ। ଏଭଳି ଏକ ଘଟଣା ରବିବାର ସନ୍ଧ୍ୟାରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଦେଖିବାକୁ ମିଳିଛି। ଗତ ୭ ତାରିଖରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ କର୍ମଚାରୀ ମାନଙ୍କ ପକ୍ଷରୁ ସଂପୃକ୍ତ ଚିକିତ୍ସାଳୟ ପରିସରରେ ଗଜାନନଙ୍କ ପୂଜାତ୍ସୋବ ପାଳନ କରାଯାଇଥିଲା। ରବିବାର ସନ୍ଧ୍ୟାରେ ଗଜାନନଙ୍କ ଭସାଣି ଉତ୍ସବ ଆୟୋଜନ କରାଯାଇଥିଲା । ଭଷାଣୀ ଉତ୍ସବରେ ଉଚ୍ଚ ଶବ୍ଦ ସଂପନ୍ନ ଡିଜେ ସହ ବାଣ ଫୁଟାଯାଉଥିବା ଦେଖିବାକୁ ମିଳିଥିଲା ।‌ଡିଜେର କର୍କଶ ଶବ୍ଦ ଯୋଗୁଁ ରୋଗୀ ଓ ସମ୍ପର୍କୀୟ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।‌ ବିଭିନ୍ନ ବାହାଘର, ବ୍ରତଘର ସମେତ ବିଭିନ୍ନ ଯାନିଯାତ୍ରା ସମୟରେ ଡିଜେ ବ୍ୟବହାର ସମ୍ପୁର୍ଣ ବେଆଇନ କରାଯାଇଥିବା ବେଳେ ମେଡିକାଲ ପରିସରରେ ଡିଜେ ବ୍ୟବହାର ସାଙ୍ଗକୁ ବାଣ ଫୁଟାଇବାକୁ ନେଇ ରୋଗୀ ଓ ସମ୍ପର୍କୀୟ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପ୍ରକାଶ ଥାଉକି, ମେଡିକାଲ ପରିସରରେ ଉଚ୍ଚ ଶବ୍ଦ ବ୍ୟବହାର ନକରିବା ପାଇଁ କଡାକଡି ନିୟମ ରହିଛି । ଏପରିକି ଆମ୍ବୁଲାନ୍ସ ଗୁଡିକ ମେଡିକାଲ ପରିସରରେ ପ୍ରବେଶ କରିବା ସମୟରେ ମେଡିକାଲ ଠାରୁ ୧୦୦ ମିଟର ଦୂରତା ପୂର୍ବରୁ ଆମ୍ବୁଲାନ୍ସ ସାଇରନ୍ ବନ୍ଦ କରୁଥିବା ଦେଖିବାକୁ ମିଳୁଛି। ରବିବାର ଏଭଳି ଘଟଣା ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଦେଖାଯିବା ପରେ ରୋଗୀ ସମ୍ପର୍କୀୟ ବାରଣ କରିବାରୁ ମେଡିକାଲ କର୍ମଚାରୀ ମାନେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ଓଡିଜେ ଓ ବାଣ ଫୁଟାଇ ଭଷାଣୀ ଉତ୍ସବ ପାଳନ କରୁଥିବା ମେଡିକାଲ କର୍ମଚାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

nis-ad
Leave A Reply

Your email address will not be published.