ଫୁଲବାଣୀରେ ଅତିବଡ଼ି ଜଗନ୍ନାଥ ଜୟନ୍ତୀ ପାଳିତ

ଫୁଲବାଣୀ : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓଡ଼ିଶାର କନ୍ଧମାଳ ଜିଲ୍ଲା ଶାଖା ତରଫରୁ ଅତିବଡ଼ି ଜଗନ୍ନାଥ ଦାସ ଜୟନ୍ତୀ ଓ ବାର୍ଷିକ ଉତ୍ସବ ସ୍ଥାନୀୟ ମୋହନଦାସ କରମଚନ୍ଦ ସାଂସ୍କୃତିକ ପରିଷଦ, ଫୁଲବାଣୀ ପରିସରରେ ଏମ କେ ଏସ ପି ର ସହଯୋଗରେ ଅନୁଷ୍ଠିତ ହୋଇଯାଇଛି l ଉଦଘାଟକ ଭାବେ କନ୍ଧମାଳର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ସମାଜର ଉନ୍ନତ୍ତି ପାଇଁ ସାହିତ୍ୟର ଆବଶ୍ୟକତା ଉପରେ ଆଲୋକପାତ କରିଥିଲା ବେଳେ ଫୁଲବାଣୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଉମାଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାଗବତ ଆଧ୍ୟାତ୍ମିକ ଭାବକୁ ଯୋଡିଥାଏ ଏବଂ ଗାଁ ଗହଳିରେ ଏହାର ବାତାବରଣ ସୃଷ୍ଟି କରିବା ଉପରେ ଧ୍ୟାନ ଦେବାକୁ ଆଗ୍ରହ ପ୍ରକାଶ କରିଥିଲେ l ବୌଦ୍ଧର ଆଦର୍ଶ ସ୍ନାତକ ମହା ବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପକ ଡଃ କଳ୍ପତରୁ ନାୟକ ଯୋଗଦେଇ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୀବନୀ ଓ ଜନ ମାନସରେ ଭାଗବତର ବିଭିନ୍ନ ଦୃଷ୍ଟିକୋଣ ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ l କନ୍ଧମାଳ ଶାଖାର ସଭାପତି ଡଃ ଚିତ୍ତରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ୱତ କାର୍ଯ୍ୟକ୍ରମରେ ପ୍ରଥମେ ମୋହନଦାସ ସାଂସ୍କୃତିକ ପରିଷଦର କବି ଅସିତ ନନ୍ଦ, ରମାକାନ୍ତ ମାଝୀ ଓ ମନୋଜ ନାୟକ ଜଗନ୍ନାଥ ଭଜନ ପରିବେଷଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଏମ କେ ଏସ ପି ର ସଭାପତି ଶ୍ରୀ ବିଜୟକୃଷ୍ଣ ପଟ୍ଟନାୟକ ସମ୍ମାନିତ ବକ୍ତା, ଅନନ୍ତ ଚରଣ ମିଶ୍ର ସମ୍ମାନିତ ଅତିଥି ଭାବେ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ଅବସରରେ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କ ହିମାଳୟରେ ସାଧୁ ସନ୍ଥଙ୍କ ବୈଦିକ ପ୍ରଶ୍ନୋତ୍ତରୀ ଓ ଭାଗିରଥି ଯାନୀଙ୍କ ସୂର୍ଯ୍ୟସ୍ନାନ ଉନ୍ମୋଚିତ ହୋଇଥିଲା l କବି ରାମକୃଷ୍ଣ ମହାନ୍ତି ଓ ପ୍ରଦୀପ କହଁରଙ୍କ ମିଳିତ ସଂଯୋଜନାରେ ଅନ୍ୟୁନ 50ରୁ ଉର୍ଦ୍ଧ୍ୱ କବି କବୟିତ୍ରୀ କବିତା ପାଠ ସହ ଭାଗବତ ଆଲୋଚନାରେ ଭାଗନେଇଥିଲେ l ଏମ କେଏସପିର ସମ୍ପାଦକ ଶରତ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲା ବେଳେ ପରିଷଦର ସମ୍ପାଦକ କୈଳାଶ ଚନ୍ଦ୍ର ଧଳ ଅତିଥି ପରିଚୟ, ସ୍ୱାଗତ ଭାଷଣ ଓ ବିବରଣୀ ପଠନ କରିଥିଲେ l ଜିଲ୍ଲା ସଂଯୋଜକ ଏ ସନ୍ତୋଷ କୁମାର ପାତ୍ର, ସହସମ୍ପାଦକ ନିରଞ୍ଜନ ପାଣ୍ଡେ,ସକ୍ରିୟ ପରିଚାଳନା କରିଥିଲା ବେଳେ ପୁଲବାଣୀ ନଗର ସଂଯୋଜକ ଡଃ ନୃସିଂହାନନ୍ଦ ମହାପାତ୍ର, ଟିକାବାଲି ସଂଯୋଜକ ସନ୍ତୋଷ କୁମାର ବିଶୋଇ, ଖଜୁରୀପଡା ସଂଯୋଜକ, ଡ଼ ତ୍ରୈଲୋକ୍ୟନାଥ ସେନାପତି,ପ୍ରଣତି ତ୍ରିପାଠୀ, ବିନୋଦ କୁମାର ସାହୁ, ବିରାଜିନୀ ମହାପାତ୍ର, ମୁସ୍କାନ ସୁଆର, ଶ୍ଵେତାଲିନ ବେହେରା ପ୍ରମୁଖ ସହଯୋଗ କରିଥିଲେ l କବି ନବୀନ କିଶୋର ପଣ୍ଡା, ଶ୍ରୀମତୀ ପ୍ରତିଭା ଦାଶ (ଆଚାର୍ଯ୍ୟା) , ଗୀତାଞ୍ଜଳି ଦେହୁରୀ,ନବ କିଶୋର ରଥ,ବନମାଳୀ ପଟ୍ଟନାୟକ,ସାରସ୍ୱତ କହଁର, ଚଂଗୁଲ କହଁର, ଅର୍ଜୁନ କହଁର, ଗୌରୀ ପାଢ଼ୀ, ବି କେ କମଲ, ସନ୍ତୋଷ କୁମାର ତ୍ରିପାଠୀ, ଆଦି ବହୁ କବି ଯୋଗ ଦେଇଥିଲେ l

nis-ad
Leave A Reply

Your email address will not be published.