ଝାଡ଼ାବାନ୍ତିରେ ୨ ମୃତ, ୩୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ବ୍ୟାପୁଛି ଝାଡ଼ାବାନ୍ତି । ତୁରକେଲା ବ୍ଲକ ମହୁଲପାର୍ଟି ପଞ୍ଚାୟତର କାନ୍ଦଗାଡ ଗାଁରେ ଝାଡ଼ାବାନ୍ତିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ରୁ ଅଧିକ ଜଣ ଆକ୍ରାନ୍ତ ହୋଇଛନ୍ତି । ତେବେ ଏଥିରେ ମୃତ୍ୟୁ ଘଟିଥିବା ୨ ଜଣଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ଅନ୍ୟ ଜଣେ ପୁରୁଷ ରହିଛନ୍ତି ।

ଝାଡାବାନ୍ତିରେ ଗୁରୁତର ତିନି ଜଣଙ୍କୁ ତୁରକେଲା ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବରପାଇ ଗାଁରେ ମେଡିକାଲ ଟିମ୍‌ ଅସ୍ଥାୟୀ କ୍ୟାମ୍ପ କରି ଲୋକମାନଙ୍କ ଚିକିତ୍ସା ଜାରି ରଖିଛନ୍ତି । ତେବେ କେଉଁ କାରଣ ପାଇଁ ଗାଁରେ ଝାଡ଼ାବାନ୍ତି ବ୍ୟାପିଛି ତାହା ଜଣାପଡ଼ିନଥିବାବେଳେ, ଦୂଷିତ ପାଣି ପିଇ ଗାଁ ଲୋକେ ଆକ୍ରାନ୍ତ ହୋଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି ।

ଅନ୍ୟପଟେ ଆଜି ପାଣି ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ ବୋଲି ସୂଚନା ରହିଛି । ଏହାର ରୁପୋର୍ଟ ଆସିବା ପରେ ଝାଡ଼ାବାନ୍ତି ବ୍ୟାପିବାର ପ୍ରକୃତ କାରଣ ଜଣାପଡିବ ।

nis-ad
Leave A Reply

Your email address will not be published.