ଅବକାରୀ ଓ ପୋଲିସ ର ମିଳିତ ଚଢାଉ ମହୁଲୀ ଓ ଦେଶୀ ମଦ ଜବତ…

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅନ୍ତର୍ଗତ ସଲଙ୍ଗାବାହାଲ ପଞ୍ଚାୟତ ସ୍ଥିତ ଏକ ନାଳ ପାର୍ଶ୍ଵ ବୁଦା ନିକଟରୁ ୨ କୁଇଣ୍ଟାଲ ରୁ ଉର୍ଦ୍ଧ ମହୁଲ ସାଙ୍ଗକୁ ଚାରି ଶହ ଲିଟର ମହୁଲି ମଦ ଓ ମଦ ତିଆରି ସାମଗ୍ରୀ ସ୍ଥାନୀୟ ରାଏବଗା ପୋଲିସ ରାଉଲକେଲା ଅବକାରୀ ଓ ବୀରମିତ୍ରପୁର ଅବକାରୀ ବିଭାଗର ତରଫରୁ ଚଢ଼ାଉ କରିଥିବା ସୂଚନାରୁ ପ୍ରକାଶ ! କୌଣସି ବିଶେଷ ସୂତ୍ରରୁ ଖବର ପାଇଁ ସୂଚନା ଅନୁଯାୟୀ ଆଜି ଶନିବାର ଦିନ ପ୍ରାୟ ୧୧.୩୦ ସମୟରେ ରାଉଲକେଲା ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ ମୋହନ ପ୍ରଧାନଙ୍କ ନେତୃତ୍ୟରେ ବୀରମିତ୍ରପୁର ଅବକାରୀ ଅଧିକାରୀ ଓ ରାଏବଗା ପୋଲିସ ମିଳିତ ଚଢାଉ କରି ରାଏବଗା ଥାନା ଅଧୀନସ୍ଥ ସଲଙ୍ଗାବାହାଲ୍ ପଞ୍ଚାୟତ ର ଧୁଇପୋଡା ଅଞ୍ଚଳ ଦେଇ ଯାଇଥିବା ଏକ ନାଳ ନିକଟରେ ଥିବା ଚାରିଟି ସ୍ଥାନରୁ ୧ ଟାନ ୪ ସହ କିଲୋର ମହୁଲ ପୋଚ, ୪ ସହ ଲିଟର ବେଆଇନ ମହୁଲି ମଦ ସହ ଏହାକୁ ପ୍ରସ୍ତୁତ ପାଇ ବ୍ୟବହୃତ ସାମଗ୍ରୀ ଜବତ କରିବା ସହ ସବୁ ନଷ୍ଟ କରାଯାଇଥିବା ସୂଚନାରୁ ପ୍ରକାଶ ! ଏହି ଚଢ଼ାଉରେ ବୀରମିତ୍ରପୁର ଅବକାରୀ ଅଧିକାରୀ ଓ ଆଇ ସି ଏସ କେ ଇଡ୍ରିଶ, ଏ ଏସ ଆଇ ବିଦ୍ୟୁତ ଭୂଷଣ ଦାସ, ଏ ଏସ ଆଇ ସାବିତ୍ରୀ ଦେବୀ, ଏ ଏସ ଆଇ ପଦ୍ମାବତୀ ମୋଦି, ପୋଲିସ ଓ ଅବକାରୀ ନିଜର ସହକର୍ମୀ ଏହି ଚଢ଼ାଉରେ ସହଯୋଗ କରିଥିଲେ ! ସୂଚନା ଥାଉକି ଗଞ୍ଜାମ ଜିଲ୍ଲା ବିଷାକ୍ତ ମଦ ମୃତ୍ୟୁ ପରେ ସାରା ଓଡିଶା ରେ ଅବକାରୀ ମୁଖ୍ୟ ନରସିଂହ ଭଳ ଙ୍କ ଆଦେଶ କ୍ରମେ ସାରା ରାଜ୍ୟରେ ଏହି ପରି ଚଢାଉ ଜାରି ରହିଛି l

nis-ad
Leave A Reply

Your email address will not be published.