ଛତ୍ରପୁର : ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ସ୍ଥାନୀୟ କୋର୍ଟ ପରିସରରେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୈାରା ଜଜ୍ ମନୋରଂଜନ ଦାଶ, ସିନିୟର ସିଭିଲ ଜଜ୍ ପୂଜା ଦେ , ଏସଡିଜେଏମ ପ୍ରିତିଶ କୁମାର ରଥ ଓ ଜେଏମଏଫସି ସ୍ଵାଗତିକା ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସମୁଦାୟ ୧ ୨୦ ଟି ମାମଲାର ବିଚାରଣ ହୋଇ ୫୩ ଟି ଫଇସଲା ହୋଇଛି । ଏହି ବାବଦରେ ମୋଟ ୧ ୦ ଲକ୍ଷ ୭୫ ହଜାର ୭୨୨ ଟଙ୍କା ଆଦାୟ କରାଯାଇଛି । ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା ଠାରୁ ଆରମ୍ଭ କରି ବିଭିନ୍ନ ମାମଲା ଗୁଡିକ ର ଫଇସଲା ହୋଇଥିଲା । ଲୋକ ଅଦାଲତ ବେଞ୍ଚ ମେମ୍ବର ଗୋକୁଳ ଚନ୍ଦ୍ର ପଣ୍ଡା , ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢୀ, ସୁରଜିତ ସାମନ୍ତରାୟ,ନିତ୍ୟାନନ୍ଦ ମୁଦୁଲି ଓ ଡ଼ମିନାଥ ସାହୁ ଙ୍କ ସମେତ ବହୁ ଆଇନଜୀବୀମାନେ ମାମଲା ଗୁଡିକର ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.