ଫୁଲବାଣୀ : ପଶ୍ଚିମବଙ୍ଗ ରୁ ଆସି ଓଡ଼ିଶାରେ ପାଣିପାଇପ ଚୋରି କରି ଫେରାର ମାରୁଥିବା ବେଳେ ମାଡ଼ିବସିଲା ପୋଲିସ I ଶେଷରେ ଏକ ଟ୍ରକ ସହ ଚୋରି ହୋଇଥିବା ପାଣିପାଇପକୁ ପୋଲିସ ଜବତ କରିଥିବା ବେଳେ ଏହି ଚୋରିରେ ସାମିଲ ଥିବା ଚାରିଜଣ ଆନ୍ତରାଜ୍ୟ ଚୋରକୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିବା ବେଳେ ଅନ୍ୟ ତିନିଜଣ ଚୋର ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି I ସୂଚନା ଅନୁସାରେ ଗତ କିଛିମାସ ହେଲା ରାଜ୍ୟ ସରକାରଙ୍କ ଜଳ ଓ ପରିମଳ ବିଭାଗ ଅଧୀନରେ କନ୍ଧମାଳ ଜିଲ୍ଲାରେ ମେଗା ଜଳ ଯୋଗାଣ ପ୍ରକଳ୍ପ କାମ ଆରମ୍ଭ ହୋଇଛି I ଏହି କ୍ରମରେ ଜିଲ୍ଲାର ଫିରିଙ୍ଗିଆ ଓ ଗୋଛାପଡା ଅଂଚଳରେ ମଧ୍ୟ୍ୟ ଏହି କାମ ଆରମ୍ଭ ହୋଇଥିବା ବେଳେ କମିଟିକୁ ବିଭିନ୍ନ ଠିକା ସଂସ୍ଥା ଦ୍ୱାରା କରାଯାଉଛି I ତେବେ ଗୋଛାପଡା ଥାନା ଅଧୀନରେ ଥିବା ବନ୍ଧୁଲି ଓ ଖଜୁରୀଗାଁ ନିକଟରେ ଏହି ପାଣି ପାଇପ ଲାଇନ କାମରେ ବ୍ୟବହୃତ ହେଉଥିବା ଲୁହlରେ ତିଆରି ପାଣିପାଇପ ଗଛିତ କରି ରଖାଯାଇଥିଲା I ତେବେ ଗତ ଏଗାର ତାରିଖ ଦିନ ଉକ୍ତ ଜାଗାରେ ଗଛିତ କରାଯାଇ ରଖାଯାଇଥିବା ଲୁହାପାଇପକୁ କିଛି ଦୁର୍ବୁତ୍ତ ଚୋରି କରିନେଇଥିବା ନେଇ ଏହି କାମ କରୁଥିବା ପିଏମ କଣ୍ଟେଣ୍ଟ ନାମକ ଠିକା ସଂସ୍ଥାର ମ୍ୟାନେଜର ଗୋଛାପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ I ଅଭିଯୋଗ କ୍ରମେ ଗୋଛାପଡା ପୋଲିସ ଏକ ବିଶେଷ ସୂତ୍ରରୁ ପଶ୍ଚିମବଙ୍ଗ ନମ୍ବର ଥିବା ଏକ ଟ୍ରକରେ କିଛି ପାଣି ପାଇପକୁ ସୁଟାଣି ଘାଟି ନିକଟରେ ଟ୍ରକଟିକୁ ଜବତ କରିଛି ପୋଲିସ I ତେବେ ଟ୍ରକରୁ ଚୋରି ହୋଇଥିବା ଶହେ ପିସ ପାଇପ ଜବତ ହୋଇଥିବା ବେଳେ ଚାରି ଜଣଙ୍କୁ ଗିରଫ କରିଲା ପୋଲିସ ଏବଂ ଆଓ ତିନିଜଣ ଘଟଣା ସ୍ଥଳରୁ ଫେରାର ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଉଛି ପୋଲିସ l
Sign in
Sign in
Recover your password.
A password will be e-mailed to you.