ଗଣେଶ ଭସାଣିରେ ଗାଁ ଦାଣ୍ଡ ପାଲଟିଲା ରଣକ୍ଷେତ୍ର ବୁଲିଲା ଅପେରସନ ବ୍ଲେଡ

ଚିକିଟୀ : ସାରା ଦେଶରେ ଅଗ୍ରପୂଜ୍ୟ ରୂପେ ପୂଜା ପାଉଥିବା ଗଜାନନ ଙ୍କ ପୂଜା ମଣ୍ଡପ ଗାଁ ଗହଳି ଆଦି ଉଛବ ମୁଖରିତ ହୋଇଆସୁଥିବା ବେଳେ ଅନେକ ଜାଗାରେ ଭସାଣି ପର୍ବ ମଧ୍ୟ ବେଶ ଧୂମଧାମ ରେ ପାଳିତ ହୋଇଆସୁଛି l ଇତି ମଧ୍ୟରେ ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ ଗୋଳନ୍ଥରା ଥାନା ଅଧିନସ୍ତ ସୁରଳ ଗ୍ରାମରେ ଗତକାଲି ଭସାଣି ଉତ୍ସବ ରେ ଅପେରସନ ବ୍ଲେଡ ବୁଲିଥିବା କଥା ପଦାକୁ ଆସୁଛି। ସୂଚନା ପ୍ରକାରେ ଗତ କିଛି ଦିନ ହେଲା ସୁରଳ ଗ୍ରାମରେ ଅନେକ ଜାଗାରେ ଗଜାନନ ପୂଜା ଅନୁଷ୍ଠିତ ହୋଇ ଆସୁଥିବା ବେଳେ, ଗତ କାଲି ସାନ୍ଧ୍ୟରେ ସୁରଳ ବସଷ୍ଟାଣ୍ଡ ପୂଜାର ଭସାଣି ଉତ୍ସବ ଚାଲିଥିବା ବେଳେ ଏହି ପର୍ବରେ ଗ୍ରାମର ସମସ୍ତଯୁବାବର୍ଗ, ମହିଳା, ବୃଦ୍ଧ, ବନିତା ଯୋଗଦାନ କରି ପ୍ରଭୁ ଶ୍ରୀ ଗଣେଶ ଙ୍କୁ ଶେଷ ବିଦାୟ ପ୍ରଦାନ କରୁଥିବା ସମୟରେ ହଟାତ କଇଠା ପଟରୁ ଗୁଡ଼ାଏ ଯୁବକ ପ୍ରବଳ ମଦ୍ୟପାନ କରି ଆସି ଭସାଣି ଦେଖି କଳହ ଆରମ୍ଭ କରିଥିଲେ।ଧୀରେ ଧୀରେ କଳହ ଉଗ୍ର ରୂପ ନେବାକୁ ଆରମ୍ଭ କରିବା ସମୟରେ କିଛି ଯୁବକ ନିଜ ପକେଟରେ ଧରିଥିବା ଅପେରସନ ବ୍ଲେଡ ଧରି ଆକ୍ରମଣ କରିଥିବା ସୂଚନା ମିଳିଛି। ଏହା ପରେ ଉଭୟ ଗୋଷ୍ଟି ମଧ୍ୟରେ ପ୍ରବଳ ଠେଲା ପେଲା ହୋଇ ଅନେକ ଙ୍କ ଦେହରେ ବ୍ଲେଡ ଦ୍ୱାରା କ୍ଷତ ସୃଷ୍ଟି ହୋଇ ପ୍ରାୟ ୧୦ ରୁ ଅଧିକ ଆହତ ହୋଇଥିବା ଜଣାପଡିଛି। ପରେ ପରେ ଘଟଣାର ଉଗ୍ର ରୂପ ଦେଖି ସମସ୍ତ ଗ୍ରାମବାସୀ ମିଶି ପୋଲିସ କୁ ଖବର ଦେଇ ଘଟଣାକୁ ଆୟତ୍ତ କରିଥିଲେ। ପୋଲିସ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରି ଉଭୟ ଦଳକୁ ଥାନକୁ ଡ଼ାକିଥିବା ମଧ୍ୟ ସୂଚନା ପ୍ରକାଶ ପାଉଛି l ଧାର୍ମିକ କାର୍ଯ୍ୟକ୍ରମ ରେ ଯଦି ଏଭଳି ଘଟଣା ଘଟିବ ତେବେ ଆଗାମୀ ଦିନରେ ଅଞ୍ଚଳରେ କୋୖଣସି ପୂଜା ମଣ୍ଡପ ଆଦିକୁ ଇଚ୍ଛା ପ୍ରକାଶ କରିବେ ନାହିଁ ବୋଲି ଅଞ୍ଚଳର ଅନେକ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ ବିଗୁଡୁଛି ଆଇନ ଶୃଙ୍ଖଳା ପରିସ୍ଥିତି।

nis-ad
Leave A Reply

Your email address will not be published.