ଚିତ୍ରକୋଣ୍ଡା : ଲଘୁଚାପ ଜନିତ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଉପର ମୁଣ୍ଡରେ ଥିବା ମାଛକୁଣ୍ଡ ଡ୍ୟାମର ଗେଟ ଖୋଲାଯାଇ ବନ୍ୟା ଜଳ ନିଷ୍କାସନ କରାଯାଉଥିବା ହେତୁ କ୍ରମାଗତ ଜଳସ୍ତର ବଢ଼ିବାରେ ଲାଗିଛି । ଏ ନେଇ ଚିତ୍ରକୋଣ୍ଡା ମାଟି ବନ୍ଧ ଯୋଜନା କାର୍ଯ୍ୟାଳୟ ତରଫରୁ ଚିତ୍ରକୋଣ୍ଡା ଠାରେ ଏବଂ ସମସ୍ତ ଡ୍ୟାମ ତଳିଆ ଅଞ୍ଚଳକୁ ସତର୍କ ସୂଚନା ଡାକବାଜି ଯନ୍ତ୍ର ମାଧ୍ୟମରେ ଦିଆଯାଇଛି । ଆଜି ସକାଳ ୧୦ ଘଟିକା ପର ଠାରୁ ନଦୀ କୁ ଯିବା ପାଇଁ ବାରଣ କରାଯାଇଛି । ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୫୧୮ ଫୁଟ ଥିବା ବେଳେ ବର୍ତ୍ତମାନ ଜଳସ୍ତର ବଢି ୧୫୧୦ ଫୁଟ ପର୍ଯ୍ୟନ୍ତ ଅଛି । ଜଳସ୍ତର କ୍ରମାଗତ ବଢୁଥିବା ବେଳେ କୌଣସି ମୁହୂର୍ତ୍ତରେ ମଧ୍ୟ ବନ୍ୟାଜଳ ନିଷ୍କାସନ ପାଇଁ ଗେଟ ଖୋଲାଯିବା ନେଇ କର୍ତ୍ତୃପକ୍ଷ ଙ୍କ ତରଫରୁ ସୂଚନା ଦିଆଯାଇଛି । ଜଳସ୍ତର ଉପରେ କ୍ରମାଗତ ଭାବେ ନଜର ରଖାଯାଇଛି ।
Sign in
Sign in
Recover your password.
A password will be e-mailed to you.