ଦୁର୍ଗମ ଅଞ୍ଚଳରେ ଫଳିଲା ଅଙ୍ଗୁର, ଅଧିକ ଚାଷ ପାଇଁ ଆଦିବାସୀ ମହିଳାଙ୍କ ପ୍ରୟାସ

ପାତ୍ରପୁର : ମନ ବଳ ଆଉ ଇଚ୍ଛା ଶକ୍ତି ଦୃଢ଼ ଥିଲେ ପ୍ରତ୍ୟକ କାର୍ଯ୍ୟରେ ସିଦ୍ଧି ମିଳିଥାଏ । ଏହା ଏକ ଆଦିବାସୀ ମହିଳା ପ୍ରମାଣ କରି ଦେଖେଇଛନ୍ତି । ପାତ୍ରପୁର ବ୍ଲକ୍ ଅଙ୍କୁଲି ପଂଚାୟତର ଆଦିବାସୀ ମାନେ ବ୍ରିଟିଶ ଶାସନ ସମୟରେ କମଳା ଚାଷ କରି ରାଜ୍ୟରେ ନାମ କରିଥିଲେ l ସୋଲାର ବତି ପାଇଁ ଦେଶରେ ତୃତୀୟ ସ୍ଥାନ ପାଇ ପୁରସ୍କୃତ ହୋଇଥିବା ଅଞ୍ଚଳରେ ଗତ ବର୍ଷ କୁମ୍ଭାର ଦଲ୍ହି ଗ୍ରାମର ଜଣେ ଆଦିବାସୀ ଯୁବକ ସନ୍ତୋଷ ବଦମୁଣ୍ଡି ଷ୍ଟ୍ରବେରୀ ଚାଷ କରି ଖୁବ୍ ଚର୍ଚ୍ଚାକୁ ଆସିଥିଲେ l ବର୍ତ୍ତମାନ ଉକ୍ତ ଦୁର୍ଗମ ଅଞ୍ଚଳରେ ଜଣେ ଆଦିବାସୀ ମହିଳା ଆଙ୍କୁଲି ପଂଚାୟତ ର ଗୋକର୍ଣ୍ଣl ସାହି ଗ୍ରାମର ସୁନ୍ଦରୀ ଭୂୟାଁ lନିଜ ବାଡ଼ିରେ ଅଙ୍ଗୁର ଲଗାଇ ଭଲ ପଇସା ରୋଜଗାର କରୁଛନ୍ତି l ସରକାରୀ ସହାୟତା ମିଳିଲେ ନିଜ ଜମିରେ ଏହି ଚାଷ ପ୍ରତି ବର୍ଷ କରିବେ ବୋଲି କହିଛନ୍ତି l ସୁନ୍ଦରୀ ଭୂୟାଁ ଙ୍କ ସ୍ବାମୀ ଗଜପତି ଜିଲ୍ଲା ବନ୍ଧୁ ଘର କୁ ଯାଇ ଅଙ୍ଗୁର ଚାରା ସଂଗ୍ରହ କରି ଆଣିଥିଲେ l ଚାରା ଆଣି ନିଜ ଘର ସାମନାରେ ପରୀକ୍ଷା ମୂଳକ ଭାବେ ଲଗାଇଥିଲେ l ପରବର୍ତ୍ତୀ ସମୟରେ ଅଙ୍ଗୁର ଫୁଲ ଫଳ ହେବା ଦେଖି ଖୁସି ହୋଇଯାଇଥିଲେ l ଗତ ଗ୍ରୀଷ୍ମ ଋତୁରେ ଭଲ ଫଳ ଆସିବା ପରେ ପାତ୍ରପୁର ବଜlରରେ କିଲୋ ୧୫୦ ଟଙ୍କlରେ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରୁଥିଲେ l ଅଙ୍ଗୁର ଚାଷ କରିବା ପାଇଁ ଉଦ୍ୟାନ ବିଭାଗ ଦୃଷ୍ଟି ଦେଲେ ବହୁ ଆଦିବାସୀ ଚାଷ ପ୍ରତି ଆତ୍କୁଷ୍ଠ ହେବା ସହ ରୋଜଗାର ପାଇବା ଆଶା ରଖିଛନ୍ତି l ବାଡ଼ିରେ ଅଙ୍ଗୁର ଫଳାଇଥିବା ସୁନ୍ଦରୀ ଙ୍କୁ ସରକାରୀ ସୁବିଧା ସୁଯୋଗ ମିଳିଲେ ଜମିରେ ଏହି ଚାଷ କରିବେ ବୋଲି କହିଛନ୍ତି l

nis-ad
Leave A Reply

Your email address will not be published.