ବଜ୍ରପ୍ରାତରେ ଯୁବକଙ୍କ ମୃତ୍ୟୁ


ଚିକିଟୀ : ଏହି ବ୍ଲକ ଗୋଳନ୍ଥରା ଥାନା ଅଧିନସ୍ଥ ଗିରିସୋଲା ଗ୍ରାମପଞ୍ଚାୟତର ଏରେଣ୍ଡ୍ରl ଗାଁର ଜୁରିଆ ପ୍ରଧାନ (୫୫) ନିଜ ଜମିକୁ ହଳ କରିବାକୁ ଯାଇଥିବା ବେଳେ ପ୍ରଚଣ୍ଡ ବଜ୍ରାଘାତ ଘଟିଥିଲା l ଏହି ବଜ୍ରା ଘାତରେ ଯୁବକ ଜଣକ ଟଳି ପଡ଼ିଥିଲେ l ଘଟଣା ଘଟିବା ପରେ କିଛି ଦୂରରେ ଥିବା ଅନ୍ୟ ମୁଲିଆ ଓ ଚାଷୀମାନେ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ପ୍ରଥମେ ନିକଟସ୍ଥ ଗିରିସୋଲl ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ପରେ ପରେ ଗୋଳନ୍ଥରା ଥାନା ପୋଲିସ ପହଞ୍ଚି ଶବକୁ ବ୍ୟବେଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିଲେ l ଉକ୍ତ ମୃତ ଯୁବକ ଜଣକ ନିଜ ପରିବାରର ଏକ ମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି ହୋଇଥିବା ବେଳେ ପୁରା ପରିବାର ଭାଙ୍ଗିପଡ଼ିଛି l ଏହି ଘଟଣା ପ୍ରାକୃତିକ ଦୃ୍ବିପାକ ହୋଇଥିବା ହେତୁ ପ୍ରଶାସନ ନଜର ଦେଲେ ପରିବାର କୃତାର୍ଥ ହୋଇ ପାରିବ ବୋଲି ସ୍ଥାନୀୟ ଲୋକ ବିନତି କରିଛନ୍ତି l

nis-ad
Leave A Reply

Your email address will not be published.