ଆଇ.ଆର.ଇ.ଏଲ୍. ପକ୍ଷରୁ ମାଛଚାଷ ପ୍ରାଥମିକ ପ୍ରକ୍ରିୟା ସମାହିତ

ଛତ୍ରପୁର : ଆଇ.ଆର.ଇ.ଏଲ୍. ପକ୍ଷରୁ ମାଛଚାଷ ଉତ୍ପାଦନ ପ୍ରାଥମିକ ପଦକ୍ଷେପ ପ୍ରକ୍ରିୟା ସମାହିତ ହେଇଯାଇଛି । ମାଛ ଜାଆଁଳା ଛାଡ଼ି ମାଛଚାଷ ଉତ୍ପାଦନ କରିବାରେ ଆଇ.ଆର.ଇ.ଏଲ୍ (ଇଣ୍ଡିଆ) ର ପ୍ରାଥମିକ ପଦକ୍ଷେପ ପ୍ରକ୍ରିୟା ଭିତ୍ତିରେ ତ୍ରି-ସ୍ତରୀୟ ପର୍ଯ୍ୟାୟରେ ସର୍ବମୋଟ ତିନୋଟି ଗ୍ରାମପଞ୍ଚାୟତରେ ଯଥା, ଶ୍ରୀରାମଚନ୍ଦ୍ରପୁର, କାଳୀପଲ୍ଲୀ, କଣମଣା, ପଞ୍ଚାୟତ ଅଧିନରେ ଥିବା ମୋଟ ୩୫ଟି ପୋଖରୀରେ ୨ ହଜାର ୩ ଶହ କିଲୋଗ୍ରାମ ମାଛ ଜାଆଁଳା ଏଵଂ ୪ହଜାର କିଲୋ ମାଛ ବଢ଼ିବା ପାଇଁ ଦାନା ଗ୍ରାମ ପଞ୍ଚାୟତ କୁ ପ୍ରଦାନ କରାଯାଇଛି । ପରବର୍ତ୍ତୀ ପର୍ଯ୍ୟୟରେ ମହିଳା ଏସ.ଏଚ୍ଚ.ଜି. ଗ୍ରୁପ୍ ମାଧ୍ଯମରେ ମହିଳାମାନଙ୍କୁ ତାଲିମ୍ ପ୍ରଦାନ କରିବା ସାଂଗକୁ ମହିଳା ଗୋଷ୍ଠୀମାନଙ୍କୁ ସଶକ୍ତିକରଣ କରାଇବାରେ ସହାୟକ କରାଯିବା ନିମନ୍ତେ ଆଇ.ଆର.ଇ.ଏଲ୍. ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯିବା ନେଇ ପ୍ରସ୍ତୁତ ଅଛନ୍ତି ।
ପ୍ରକାଶ ଥାଉକି, ତୃତୀୟ ପର୍ଯ୍ୟାୟରେ ଶ୍ରୀରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତରେ ପ୍ରମୁଖ ପୋଖରୀ ଗୁଡ଼ିକରେ ମାଛ ଜାଆଁଳା ଛାଡ଼ିବା ପ୍ରକ୍ରିୟା ପରିସମାପ୍ତି ହୋଇଛି । ମତ୍ସ୍ୟଚାଷ କରାଇ ଗ୍ରାମୀଣ ମହିଳାଙ୍କୁ ସଶକ୍ତିକରଣ କରାଇବାରେ ଆଇ.ଆର.ଇ.ଏଲ୍ (ଇଣ୍ଡିଆ) ର ପଦକ୍ଷେପ ଓ ପ୍ରୋତ୍ସାହନ ଯୋଗାଇ ଆସିଥିବା ନେଇ ଗ୍ରାମବାସୀ ଖୁସି ବ୍ୟକ୍ତ କରିଛନ୍ତି ।।

nis-ad
Leave A Reply

Your email address will not be published.