କନ୍ଧମାଳ ଜିଲ୍ଳାପାଳଙ୍କ ସୁଭଦ୍ରା ଯୋଜନା ସମ୍ପର୍କିତ ସଚେତନତା ବାର୍ତ୍ତା

ଫୁଲବାଣୀ : ଆଜି କନ୍ଧମାଳ ଜିଲ୍ଲପାଳଙ୍କ ସୁଭଦ୍ରା ଯୋଜନା ସମ୍ପକିର୍ତ ବାର୍ତ୍ତା ସମଗ୍ର କନ୍ଧମାଳ ବାସୀଙ୍କୁ ଭିଡିଓ ମାଧ୍ୟମ ରେ ଜଣାଇଛନ୍ତି l ଏଥିରେ ଜିଲ୍ଲାପାଳଙ୍କ ପକ୍ଷରୁ କୁହାଯାଇଛି ଯେ ସୁଭଦ୍ରା ଯୋଜନାରେ ମହିଳା ମାନଙ୍କୁ ଆର୍ଥିକ ସହାୟତା ନିମନ୍ତେ ଆବେଦନ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଯେଉଁ ଫର୍ମ ଆସିଛି ସେଗୁଡ଼ିକୁ ଅଙ୍ଗନୱାଡ଼ି କର୍ମୀ ମାଧ୍ୟମରେ ମା’ମାନଙ୍କୁ ଦିଆଯାଉଛି। ୨୧ ବର୍ଷରୁ ଅଧିକ ଏବଂ ୬୦ ବର୍ଷରୁ କମ୍ ଯେଉଁ ମହିଳାମାନେ ଅଛନ୍ତି ସେମାନେ ସେଥିପାଇଁ ଯୋଗ୍ୟ ଅଟନ୍ତି । ତେବେ ଆଉ କେତେ ଗୁଡ଼ିଏ ଅଯୋଗ୍ୟ ମାନଦଣ୍ଡ ମଧ୍ୟ ଏହି ଯୋଜନାରେ ରହିଛି। ତେଣୁ, ସମସ୍ତେ କିଭଳି ସୁରୁଖୁରୁରେ ଫର୍ମ ଭରିକି ତା’କୁ ଦାଖଲ କରିବେ ଏବଂ ତା’କୁ ଡିଜିଟାଇଜେସନ କରିପାରିବେ ସେଥ‌ିପାଇଁ ଜିଲ୍ଲାର ନେଟ୍‌ଓ୍ୱାର୍କ ଥିବା ବିଭିନ୍ନ ପଏଣ୍ଟରେ ସମୁଦାୟ ୧୬୧ ଗୋଟି ସିଙ୍ଗିଲ୍ ୱିଣ୍ଡୋ କାଉଣ୍ଟର କରାଯାଇଛି । ଗ୍ରାମ ପଞ୍ଚାୟତ ସଦର ମହକୁମା କିମ୍ବା ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଗୃହରେ ଏହିସବୁ ସିଙ୍ଗିଲ୍ ୱିଣ୍ଡୋ କାଉଣ୍ଟର କରାଯାଇଛି । ତା’ର ଲିଷ୍ଟ ମଧ୍ୟ ଏଥିସହିତ ସଂଲଗ୍ନ କରାଯାଇଛି। ତା’ ଛଡ଼ା ଯେଉଁ ଗ୍ରାମଗୁଡ଼ିକ ଏହି ସିଙ୍ଗିଲ୍ ୱିଣ୍ଡୋ କାଉଣ୍ଟର ସହିତ ସଂଯୋଗ କରାଯାଇଛି ସେହି ଗ୍ରାମର ମା’ମାନେ ତାରିଖ ଅନୁଶାରେ ସେଠାକୁ ଆସିବେ। ଯେଉଁ ଫର୍ମ ଆପଣମାନଙ୍କୁ ଦିଆଯାଇଛି ତା’କୁ ପୂରଣ କରି ସାଙ୍ଗରେ ଆଣିଥିବେ । ଯଦି ବା କରି ନଥିବେ ସେହି ସିଙ୍ଗିଲ୍ ୱିଣ୍ଡୋ କାଉଣ୍ଟରରେ ଥିବା ସ୍ଵେଚ୍ଛାସେବୀମାନେ ଫର୍ମ ପୂରଣ କରିବାରେ ସହାୟତା କରିବେ । ସେଠାରେ ଥିବା ମୋ ସେବା କେନ୍ଦ୍ର ବା କମନ୍ ସର୍ଭିସ୍ ସେଣ୍ଟରର ଅଧିକାରୀମାନେ ତାଙ୍କର ସିଷ୍ଟମରେ ଆପଣଙ୍କ ଫର୍ମକୁ ଡିଜିଟାଇଜେସନ କରିଦେବେ। ତେଣୁ, ସେଠାକୁ ଆସିଲେ ଆପଣଙ୍କର ଫର୍ମ ପୂରଣ ସହିତ ଡିଜିଟାଟାଇଜେସନ ମଧ୍ୟ ହୋଇପାରିବ। ତା’ ଛଡ଼ା ଗୋଟିଏ ଗୁରୁତ୍ବପୂର୍ଣ୍ଣ ସୂଚନା ମଧ୍ଯ ଦିଆଯାଇଛି ଯେ, ମାବାଇଲ୍‌ରେ ଓଟିପି ଆସିବା ପାଇଁ ମୋବାଇଲ୍ ସହିତ ଆଧାର ଲିଙ୍କ୍ ସମ୍ପୂର୍ଣ୍ଣ ବାଧ୍ୟତାମୂଳକ ନୁହେଁ। ଯଦି ଆପଣଙ୍କ ମୋବାଇଲ୍ ସହିତ ଆଧାର ଲିଙ୍କ୍ ହୋଇନାହିଁ ତଥାପି ବି ଆପଣମାନେ ସେହି ସିଙ୍ଗିଲ୍ ୱିଣ୍ଡୋ କାଉଣ୍ଟର ରେ ଆପଣଙ୍କ ମୁହଁ ଟିପର ବାୟୋମେଟ୍ରିକ ସ୍କାନ କରିକି ଆବେଦନ କରିପାରିବେ । ଆଉ ଗୋଟିଏ ଗୁରୁତ୍ବପୂର୍ଣ ସୂଚନା ଦିଆଯାଇଛି ଯେ, ଚଳିତ ମାସ ୧୭ ତାରିଖ ଆବେଦନର ଶେଷ ତାରିଖ ନୁହେଁ। ଆପଣ ମାନେ ଆସନ୍ତୁ ଆପଣଙ୍କ ଗ୍ରାମକୁ ସଂଯୁକ୍ତ କରାଯାଇଥିବା ସିଙ୍ଗିଲ୍ ୱିଣ୍ଡୋ କାଉଣ୍ଡରରେ ଆବେଦନ କରେଇନିଅନ୍ତୁ। ଯଦିବା କେହି କୌଣସି ଡକ୍ୟୁମେଣ୍ଟ, ନଥିବା ହେତୁ ରହିଯିବେ ତେବେ ୧୭ ତାରିଖ ପରେ ମଧ୍ୟ ତାଙ୍କ ଆବେଦନ ଗ୍ରହଣ କରାଯିବ ଏବଂ ଆର୍ଥିକ ସହାୟତା ପ୍ରଦାନ କରାଯିବ । ତେଣୁ, ଜିଲ୍ଲପାଳ କହିଛନ୍ତି ଯେ ମୁଁ ଆଶା କରୁଛି ଆପଣମାନେ ଯେଉଁ ଫର୍ମ ପାଇଛନ୍ତି ତା’କୁ ଧରିକି ଆପଣଙ୍କ ଗ୍ରାମ ପାଖାପାଖି ସିଙ୍ଗିଲ୍ ୱିଣ୍ଡୋ କାଉଣ୍ଟରକୁ ଆସିବେ । ତା’ର ଲିଷ୍ଟ ଏଥିସହିତ ପ୍ରଦାନ କରିବା ସ‌ହିତ ମିଡିଆ ଭାଇ ମାନଙ୍କ ଅବଗତି ନିମନ୍ତେ ପ୍ରଚାର ପ୍ରସାର କରିବା ପାଇଁ ନିବେଦନ କରିଛନ୍ତି l

nis-ad
Leave A Reply

Your email address will not be published.