ଜାତୀୟ ସେବାଯୋଜନା ସ୍ବତନ୍ତ୍ର ଶିବିର ଉଦଘାଟିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ସ୍ବତନ୍ତ୍ର ଶିବିର ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉସବରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଧନେଶ୍ବର ଖୁଣ୍ଟିଅ!, ଏ ବି ଓ ରାଇକିଆ ଏବଂ ମୁଖ୍ୟ ବକ୍ତା ଭାବେ ଡଃ ବାବୁଲା ପାଟଜୋଶୀ ଯୋଗ ଦେଇଥିଲେ । ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଥିଲେ ଅଧ୍ୟାପକ ରାମକୃଷ୍ଣ ମହାନ୍ତି, ସଞ୍ଜୟ କୁମାର ନାୟକ, ସନ୍ୟାସୀ ଜେନା, ଏମ. ବାଳକ୍ରୀଷ୍ଣା ଦୋରା, ରିତାଞ୍ଜଳି ସାହୁ, ଶିବରାମ ବେହେରା । ଜାତୀୟ ସେବା ଯୋଜନାର ଇତିହାସ, ଲକ୍ଷ ଓ ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ ମୁଖ୍ୟ ବକ୍ତା ଡଃ ପାଟଜୋଶୀ, ସମାଜ ସେବାରେ ସ୍ବେଚ୍ଛା ସେବି ମାନଙ୍କ ଭୂମିକା ବାବଦରେ ସଂକ୍ଷେପରେ ମତ ରଖିଥିଲେ ଅଧ୍ୟାପକ ରାମକୃଷ୍ଣ ମହାନ୍ତି l ଛାତ୍ରଛାତ୍ରୀ ମାନଙ୍କ ସମାଜ ପ୍ରତି ରହିଥ‌ିବା ଦାୟିତ୍ବ ବିଷୟରେ ଗୁରୁତ୍ବାରୋପ କରିଥିଲେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଖୁଣ୍ଟିଆ । ଏହି ଶିବିରରେ ମୋଟ ୫୦ ଜଣ ସ୍ବେଚ୍ଛାସେବୀ ଯୋଗ ଦେଇଥିଲେ । ଅଧ୍ଯକ୍ଷ ଡଃ ସନ୍ତୋଷ କୁମାର ପ୍ରଧାନ ସଭାରେ ସଭାପତିତ୍ବ କରିବା ସହିତ ସ୍ବେଚ୍ଛାସେବି ମାନଙ୍କୁ ଉଚ୍ଛାହୀତ ହୀତ କରିଥିଲେ । କାର୍ଯ୍ୟକ୍ରମ ଅଧିକାରୀ ବୈକୁଣ୍ଠ ନାଥ ପଣ୍ଡା ଅତିଥ୍ୟାଙ୍କ ପରିଚୟ ପ୍ରଦାନ କରିବା ସହିତ ଶିବିର ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଅଧ୍ୟାପିକା ରିନାରାଣୀ ପ୍ରଧାନ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.