ଜବାହାର ନବୋଦୟ ବିଦ୍ୟାଳୟରେ ରାଗିଂ ଅଭିଯୋଗ ଘଟଣା, ୯ ଛାତ୍ରଛାତ୍ରୀ ନିଲମ୍ବିତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ତରବୋଡ ଜବାହାର ନବୋଦୟ ବିଦ୍ୟାଳୟରେ ରାଗିଂ ଅଭିଯୋଗ ଘଟଣା । ୯ ଛାତ୍ରଛାତ୍ରୀ ନିଲମ୍ବିତ । ନିଲମ୍ବନ କଲେ ଅଧ୍ୟକ୍ଷ । କାର୍ଯ୍ୟାନୁଷ୍ଠାନ ପରେ ଆନ୍ଦୋଳନରୁ ଓହରିଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଏନେଇ ସୂଚନା ଦେଇଛନ୍ତି ନୂଆପଡ଼ା ଉପଜିଲ୍ଲାପାଳ । ଗୁରୁ ଦିବସରେ କମେଣ୍ଟ ମରାକୁ ନେଇ ଯୁକ୍ତ ଦୁଇର କିଛି ଛାତ୍ର ଦଶମ ଶ୍ରେଣୀର ଛାତ୍ରଙ୍କ ହଷ୍ଟେଲକୁ ପଶି ୨୨ଜଣ ଛାତ୍ରଙ୍କୁ ନିସ୍ତୁକ ମାଡ଼ମାରିଥିଲେ । ଏହାର ପ୍ରତିବାଦରେ ସ୍କୁଲ ଗେଟ୍ ସମ୍ମୁଖରେ ଧାରଣା ଦେଇଥିଲେ ଦର୍ଶମ ଶ୍ରେଣୀ ଛାତ୍ରଛାତ୍ରୀ ।

ନୂଆପଡ଼ା ଜିଲ୍ଲା ତରବୋଡ ଜବାହାର ନବୋଦୟ ବିଦ୍ୟାଳୟରେ ଜୁନିଅର ଛାତ୍ରଙ୍କୁ ସିନିୟରଛାତ୍ରମାନେ ନିସ୍ତୁକ ମାଡମାରିଥିବା ଅଭିଯୋଗ ହୋଇଛି । ଫଳରେ ୧୦ମ ଶ୍ରେଣୀର ୨୨ ଜଣ ଛାତ୍ର ଆହତ ହୋଇଛନ୍ତି। ଏହାର ପ୍ରତିବାଦରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ସ୍କୁଲ ସମ୍ମୁଖରେ ଧାରଣା ଦେଇଛନ୍ତି । ଗୁରୁ ଦିବସ ଉପଲକ୍ଷେ ଯୁକ୍ତ ଦୁଇ ଶ୍ରେଣୀର ୨ଜଣ ଛାତ୍ରୀ ଶିକ୍ଷୟତ୍ରୀ ଭୂମିକାରେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପାଠପଢେଇବାକୁ ଯାଇଥିଲେ । ହେଲେ ଉକ୍ତ ୨ଜଣ ଛାତ୍ରୀଙ୍କୁ ଦଶମ ଶ୍ରେଣୀର କିଛି ଛାତ୍ର କମେଣ୍ଟ ମାରିଥିବା ଅଭିଯୋଗ ହୋଇଛି । ଏହାପରେ ଶିକ୍ଷୟତ୍ରୀ ଅଭିନୟ କରିଥିବା ୨ଜଣ ଛାତ୍ରୀ ନିଜ ଶ୍ରେଣୀର ଛାତ୍ରମାନଙ୍କୁ ଜଣେଇଥିଲେ।

ପରେ ଯୁକ୍ତ ଦୁଇର ୭ଜଣ ଛାତ୍ର ଗତରାତ୍ରିରେ ଦଶମ ଶ୍ରେଣୀର ଛାତ୍ରଙ୍କ ହଷ୍ଟେଲକୁ ପଶି ୨୨ଜଣ ଛାତ୍ରଙ୍କୁ ନିସ୍ତୁକ ମାଡ଼ମାରିଥିଲେ ।  ପରେ ଖବରପାଇ କୋମନା ପୋଲିସ ଘଟଣାସ୍ଥଳରେ ପହଂଚି ଆହତଛାତ୍ରମାନଙ୍କୁ ଉଦ୍ଧାର କରି ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତିକରିଥିଲେ। ଏହି ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି। ଆଜି ଏହାର ପ୍ରତିବାଦରେ ଦଶମ ଶ୍ରେଣୀର ଛାତ୍ରମାନେ ସ୍କୁଲ ସମ୍ମୁଖରେ ଧାରଣା ଦେଇଛନ୍ତି। ସେମାନେ ମାଡମାରିଥିବା ଛାତ୍ରଙ୍କୁ ତୁରନ୍ତ ସ୍କୁଲରୁ ବହିଷ୍କାର କରିବାକୁ ଦାବି କରିଛନ୍ତି । କୋମନା ପୋଲିସ ସମେତ ନୂଆପଡା ଉପଜିଲ୍ଲାପାଳ ଓ ସ୍ଥାନୀୟ ତହସିଲଦାର ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

nis-ad
Leave A Reply

Your email address will not be published.