ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ମନମୁଖୀ କାର୍ଯ୍ୟକଳାପ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସଦର ମହକୁମା ସ୍ଥିତ ଏସଏସଡି ହାଇସ୍କୁଲ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ନିଜର ଆଧିପତ୍ୟ ବର୍ତ୍ତମାନ ସୁଦ୍ଧା ଜାରି ରହିଥିବା ନଜର ଆସୁଛି । ଅବସର ନେବାର ଦୁଇ ମାସ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସରକାରୀ କ୍ୱାଟର ନିଜ ଅକ୍ତିଆର ରେ ରଖିଛନ୍ତି । ବର୍ତ୍ତମାନ ଥିବା ପ୍ରଧାନ ଶିକ୍ଷକ ଅଜିତ ମାଡକାମୀଙ୍କ ରହିବା ପାଇଁ କ୍ୱାର୍ଟର ନ ଥିବା ବେଳେ ସେ ଅଫିସ କାର୍ଯ୍ୟ କରିବାରେ ଅସୁବିଧାର ସମ୍ମୁଖୀନ ହେବା ସହ କାର୍ଯ୍ୟରେ ବିଳମ୍ବ ହେଲେ ସୁଦ୍ଧା ବଡ଼ପଡା ଯାଇ ରହିବା ପାଇଁ ବାଧ୍ୟ ହେଉଛନ୍ତି । ପୂର୍ବରୁ ୟା ବାବଦରେ ଜିଲ୍ଳାପାଳଙ୍କ ଏସି/ଏସଟି ବିଭାଗ ତରଫରୁ ଏଡିଡବ୍ଲୁଓ ଓ ଡବ୍ଲୁଇଓ ଙ୍କୁ ଅର୍ଥ ହେରଫେର ଘଟଣାରର ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ତଦନ୍ତ ପାଇଁ ସରକାରୀ ଚିଠି ତା ୦୪-୦୮-୨୦୨୪ ରିଖ ରେ ଦିଆଯାଇଛି । କିନ୍ତୁ ମାସେ ବିତିଯାଇଥିଲେ ମଧ୍ୟ ସେ କ୍ୱାର୍ଟର ଛାଡ଼ି ନାହାନ୍ତି । ଏହା ଦ୍ବାରା ତଦନ୍ତ ପ୍ରକ୍ରିୟା କୁ ପ୍ରଭାବିତ କରିବା ନେଇ ସୂଚନା ମିଳିଛି । ଏହାକୁ ନେଇ ଖବର ପ୍ରସାରଣ ହେବା ପରେ ମଧ୍ୟ କୌଣସି ପ୍ରତିକ୍ରିୟା ହୋଇ ପାରିନାହିଁ । ବର୍ତ୍ତମାନ ଥିବା ପ୍ରଧାନ ଶିକ୍ଷକଙ୍କ କହିବା ଅନୁଯାୟୀ ସେ ଧୀରେ ଧୀରେ ନିଜ ଜିନିଷ ନେଇ ପୂଜା ଛୁଟି ପୂର୍ବରୁ କ୍ୱାର୍ଟର ଛାଡିବେ । ୟା ବାବଦରେ ଚିତ୍ରକୋଣ୍ଡା ଡବ୍ଲ୍ୟୁଇଓ ପ୍ରତିକ୍ରିୟା ରଖିଛନ୍ତି ଯେ ସେ ପୂର୍ବତନ ପ୍ରଧାନ ଶିକ୍ଷକ କ୍ୱାର୍ଟରଟିକୁ ବହୁତ ଶୀଘ୍ର ଖାଲି କରିବେ ।

ଇତି ମଧ୍ୟରେ ଉକ୍ତ ଅବସର ପ୍ରାପ୍ତ ଶିକ୍ଷକ ସାମ୍ବାଦିକ ଭାବେ ଯୋଗ ଦେଇଛନ୍ତି । ସରକାରୀ କ୍ୱାର୍ଟରରେ ରହି କିଭଳି ଜଣେ ସାମ୍ବାଦିକ ଭାବେ ସ୍କୁଲ ପରିସରରେ ରହିଛନ୍ତି ତାହା ଆଲୋଚ୍ୟ ର ବିଷୟ କାହିଁକି ନା ଜଣେ ସାମ୍ବାଦିକ କୁ ସ୍କୁଲ ମଧ୍ୟରେ ପ୍ରବେଶ ନିମନ୍ତେ ପ୍ରଧାନ ଶିକ୍ଷକ କିମ୍ବା ତତୁର୍ଧ ଅଧିକାରୀ ଙ୍କ ଅନୁମତି ରହିଥିବା ବେଳେ ପ୍ରଧାନ ଶିକ୍ଷକ ଙ୍କ କାରନାମା କୌତୁହଳ ସୃଷ୍ଟି କରାଉଛି । ପୂର୍ବରୁ ନିଜ ବିରୋଧ ରେ ବହୁ ଅଭିଯୋଗ ରହିଥିବା ବେଳେ ସାମ୍ବାଦିକତାକୁ ଢାଲକରି ସରକାରୀ ଅଧିକାରୀ ଙ୍କ ଉପରେ ପ୍ରଭା ବିସ୍ତାର କରି ଦୋଷ ତ୍ରୁଟିକୁ ଲୁଚାଇବା କୁ ଯାଇ ସାମ୍ବାଦିକତା ଆଡକୁ ମୁଁହାଇଛନ୍ତି ତାହା ଏବେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରଶାସନର ଚେଇଁ ଶୋଇଥିବା ନୀତି ପାଇଁ ବୋଧହୁଏ ଏହି ଭଳି ପରିସ୍ଥିତି ଉପୁଜିଛି ।

nis-ad
Leave A Reply

Your email address will not be published.