ବେଆଇନ ଗର୍ଭପାତ ନର୍ସିଙ୍ଗ ହୋମରେ ଚଢାଉ, ୯ ଗିରଫ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦର ଥାନା ପୋଲିସକୁ ମିଳିଛି ବଡ ସଫଳତା l ବେଆଇନ ଗର୍ଭପାତ ନର୍ସିଙ୍ଗ ହୋମ ଉପରେ ଚଢାଉ କରିଛି ପୋଲିସ l ଉକ୍ତ ମାମଲାରେ ୯ ଜଣଙ୍କୁ ଗିରଫ କରିଛି ପୋଲିସ l ତେବେ ଏହି ବେଆଇନ ଗର୍ଭପାତ ଉକ୍ତ ନର୍ସିଙ୍ଗ ହୋମର ମାଲିକ ମାମିନା ମହାପାତ୍ର ଏବଂ ତାଙ୍କ ସ୍ଵାମୀ ନିଜିତ ମହାପାତ୍ର ଗତ ୨୦୨୨ ମସିହାରେ ବେଆଇନ ଗର୍ଭପାତ କରୁଥିବାରୁ ଉଭୟ ଜେଲ ଯାଇଥିଲେ l

ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜ଼ିଲ୍ଲା ଦୀନବନ୍ଧୁ ସାହୁ ଆଇନି ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କ ଅଭିଯୋଗ ଆଧାରରେ ଏହି ଚଢ଼ାଉ କରାଯାଇଛି l ଛାତ୍ରୀ ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ ଯେ, ଚାରିବର୍ଷ ତଳୁ ଫେସବୁକ ମାଧ୍ୟମରେ ପଟାମୁଣ୍ଡାଇ ଥାନା ଅନ୍ତର୍ଗତ ମଠସାହି ଅଂଚଳର ପରେଶ ବାରିକ ନାମକ ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା l ପରେଶ ବିବାହିତ ହୋଇ ମଧ୍ୟ ଛାତ୍ରୀଙ୍କୁ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖି ପାଞ୍ଚ ମାସର ଗର୍ଭବତୀ କରିଥିଲା l ଗତ ଅଗଷ୍ଟ ୬ ତାରିଖରେ ପରେଶ ଓ ତାର ଭାଇ ପୀଡ଼ିତାକୁ ଏକ ହେଲଥ ହୋମ ଲ୍ୟାବକୁ ନେଇ ସେଠାରେ ଗର୍ଭପାତ କରିବାକୁ ସମସ୍ତ ବ୍ୟବସ୍ତା କରିଥିଲେ l ଏହାପରେ ଛାତ୍ରୀଙ୍କ ଗର୍ଭପାତ କରାଇ ତାଙ୍କୁ ଏକ ଗାର୍ଲସ ହଷ୍ଟେଲରେ ରଖିଥିଲା l ଯେତେବେଳେ ପୀଡିତା ଜଣଙ୍କ ଜାଣିଲା ଯେ ପରେଶ ତାଙ୍କୁ ଧୋକା ଦେଉଛି ସେତେବେଳେ ସେ କେନ୍ଦ୍ରାପଡ଼ା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଉକ୍ତ ଅଭିଯୋଗ ଆଧାରରେ ସେହି ବେଆଇନ ଗର୍ଭପାତ ନର୍ସିଙ୍ଗ ହୋମ ଉପରେ ପୋଲିସ ଚଢାଉ କରି ୯ ଜଣଙ୍କୁ ଗିରଫ କରିଛି l

nis-ad
Leave A Reply

Your email address will not be published.