ବିଜେଡି ଛାଡ଼ି ପଦ୍ମ ଧରିଲେ ସୁଜିତ କୁମାର, ରାଜ୍ୟସଭା ସାଂସଦ ପଦରୁ ଦେଇଥିଲେ ଇସ୍ତଫା

ବିଜେଡି ଛାଡ଼ି ପଦ୍ମ ଧରିଲେ ସୁଜିତ କୁମାର ।  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଭର୍ତ୍ତୃହରି ମହତାବ, ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମରଙ୍କ ଉପସ୍ଥିତିରେ ଦିଲ୍ଲୀରେ ସେ ବିଜେପିରେ ମିଶିଛନ୍ତି ।

ଆଜି ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ବିଜେଡି ନେତା ସୁଜିତ କୁମାର ।  ରାଜ୍ୟସଭା ଅଧ୍ୟକ୍ଷଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଥିଲେ ।  କାର୍ଯ୍ୟକାଳ ସରିବାର ପ୍ରାୟ ୧୮ ମାସ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି ।  ଏପ୍ରିଲ ୨୦୨୦ରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଏଣେ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରିଛି ବିଜେଡି ।  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୁଜିତ କୁମାରଙ୍କୁ ବହିଷ୍କାର କରିଛନ୍ତି । କଳାହାଣ୍ଡିବାସୀଙ୍କ ପ୍ରତି ଥିବା ନିଜର କର୍ତ୍ତବ୍ୟ ପାଳନ କରୁନଥିଲେ ସୁଜିତ କୁମାର ।  ବିଜେଡିରୁ ବହିଷ୍କାର ପରେ ବିଜେପିରେ ଯୋଗ ଦେଲେ ସୁଜିତ କୁମାର ।

nis-ad
Leave A Reply

Your email address will not be published.