ଗୁରୁଙ୍କୁ ପୂଜିଲେ ଶିକ୍ଷାର୍ଥୀ

ହିଞ୍ଜିଳିକାଟୁ : ଭାରତର ପ୍ରଥମ ଉପରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ ଦିବସକୁ ସାରା ଭାରତ ବର୍ଷରେ ଗୁରୁଦିବସ ଭାବରେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ବହୁ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ମହାଆଡମ୍ବର ସହକାରେ ଗୁରୁ ଦିବସ ପାଳିତ ହୋଇଯାଇଛି। ସକାଳୁ ଶିକ୍ଷାର୍ଥୀ ମାନେ ବିଦ୍ୟାଳୟରେ ପହଞ୍ଚିବା ପରେ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିବା ପରେ ଗୁରୁଙ୍କୁ ପୂଜା କରିଥିଲେ ।

ଗୁରୁଦିବସ ପାଳନ ସମ୍ପର୍କରେ ଉଭୟ ଶିକ୍ଷାର୍ଥୀ ଓ ଶିକ୍ଷକ ମାନେ ମତବ୍ୟକ୍ତ କରିଥିଲେ। ହିଞ୍ଜିଳିକାଟୁ ପୌରାଞ୍ଚଳ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ, ଏନ.ଏ.ସି. ଉଚ୍ଚ ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଲକ୍ଷ୍ମୀ ନୃସିଂହ ପ୍ରାଥମିକ ବିଦ୍ୟାଳୟ, ଆଙ୍କୋରଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଓଁ ଶ୍ରୀ ଇଣ୍ଟର ନ୍ୟାସନାଲ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ବୃନ୍ଦାବନ ନାୟକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ସ୍ଥାନୀୟ ବ୍ଳକ ଶାସନଆମ୍ବଗାଁ ଓଡିଶା ଆଦର୍ଶ ବିଦ୍ୟାଳୟ, ସିକିରି ଉଦୟନାଥ ଉଚ୍ଚ ବିଦ୍ୟାଳୟ, ଦୁର୍ବନ୍ଧ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଗଣ୍ଡଳା ଗଣେଷ ବିଦ୍ୟାପିଠ, ବୁରୁପୋଡା ଭଗବତୀ ବିଦ୍ୟାପିଠ, ପୋଡିଙ୍ଗି ଶ୍ୟାମଳାଇ ଉଚ୍ଚ ବିଦ୍ୟାଳୟ, କୁମ୍ଭାରୀ ବୈଦ୍ୟ ରଘୁନାଥ ବିଦ୍ୟାପୀଠ ସମେତ ନିକଟବର୍ତ୍ତୀ ଅଞ୍ଚଳର ବହୁ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡିକରେ ମହା ଆଡମ୍ବର ସହକାରେ ଗୁରୁଦିବସ ପାଳିତ ହୋଇଯାଇଛି ।

nis-ad
Leave A Reply

Your email address will not be published.