ଭୁବନେଶ୍ବର : ପବିତ୍ର ଗୁରୁ ଦିବସ ଅବସରରେ ଓଡ଼ିଶା ସ୍ପେସିଆଲ ଏଜୁକେଟର ଫେଡ଼େରସନ ଫର୍ ଦିବ୍ୟାଙ୍ଗ ସଂଘ ର ରାଜ୍ୟ ଯୁଗ୍ମ ସମ୍ପାଦକ ଆୟୁଷ୍ମାନ ଚୌଧୁରୀ, ଆଇଟି ସେଲ ସଂଯୋଜକ ବିଶ୍ବବିଜୟୀ ଦାଶ, କାର୍ଯ୍ୟକର୍ତ୍ତା ଅଭିଷେକ ଆଚ଼ାର୍ଯ୍ୟ ପ୍ରମୁଖ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ସଚ଼ିବ ଶ୍ରୀମତୀ ଶାଳିନୀ ପଣ୍ଡିତ ଙ୍କୁ ସାକ୍ଷାତ କରି ସ୍ବାଗତ ଜଣାଇଥିଲେ। ଏହି ଅବସରରେ ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଏବଂ ଅନ୍ତଃର୍ନିବେଶୀ ଶିକ୍ଷା ଆଇନ ଅନୁସାରେ ସାଧାରଣ ବିଦ୍ୟାଳୟରେ ନାମ ଲେଖାଇଥିବା ଅନେକ ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଶିକ୍ଷା ପାଇଁ ସ୍ବତନ୍ତ୍ର ଶିକ୍ଷକ ହେବାରୁ ବଞ୍ଚିତ ହୋଇ ରହିଥିବା ଅନେକ ପ୍ରଶିକ୍ଷଣରତ ସ୍ବତନ୍ତ୍ର ଶିକ୍ଷକ ଆଶାୟୀ ମାନଙ୍କ ନିଯୁକ୍ତି ପାଇଁ ଅନୁରୋଧ କରିବା ସହ କ୍ରମାଗତ ଭାବେ ସାଧାରଣ ବିଦ୍ୟାଳୟରୁ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ସଂଖ୍ୟା କମିଯାଉଥିବା ପ୍ରସଙ୍ଗ ଉପରେ ଆଲୋଚ଼ନା ହୋଇଥିଲା। ଏହାକୁ ସଚ଼ିବ ମହୋଦୟା ଗମ୍ଭୀରତାର ସହ ନେଇ କାର୍ଯ୍ୟକାରୀ କରିବେ ଦୃଢ଼ ପ୍ରତିଶ୍ରୁତି ଦେବା ସହ ଓଏସଇଏଫଡ଼ିର ନେତୃତ୍ୱଙ୍କୁ ଗୁରୁଦିବସର ପ୍ରତିଶୁଭେଚ୍ଛା ଜ୍ଞାପନ କରିଥିଲେ |
Sign in
Sign in
Recover your password.
A password will be e-mailed to you.
Next Post