କଳାକାର ମହାସଂଘ ପକ୍ଷରୁ ରାଜ୍ୟସ୍ତରୀୟ ଗୁରୁ ପୂଜନ ମହୋତ୍ସବ ପାଳିତ

ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ ‘ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ’ ପକ୍ଷରୁ ସ୍ଥାନୀୟ ଗିରିମାର୍କେଟ୍ ଛକ ସ୍ଥିତ ପ୍ରକାଶମ୍ ହଲ୍ – ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜ ସଭାକକ୍ଷ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ସୀମାନ୍ତ ନଟରାଜ ଡା ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା ଉଦ୍ଘାଟକ, ବରିଷ୍ଠ ଯାତ୍ରା କଳାକାର ରାଜେନ୍ଦ୍ର ମୋହନ ପତି ମୁଖ୍ଯ ଅତିଥି, ନାଟ୍ୟ ଶ୍ରୀ ଫାଉଣ୍ଡେସନ୍ ଅଧ୍ୟକ୍ଷ ଭବାନୀ ଶଙ୍କର ମିଶ୍ର ବିଶିଷ୍ଟ ଅତିଥି, ବରିଷ୍ଠ ସାରସ୍ବତ ସାଧକ ତଥା ମଞ୍ଚ ଅଭିନେତା ଡଃ. ବିଜୟ ଚନ୍ଦ୍ର ମହାରଣା ମୁଖ୍ୟବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ନାଟ୍ୟକାର ଉମାଶଙ୍କର ଦାଶ, ଆନ୍ଧ୍ରପ୍ରଦେଶ ଓଡ଼ିଆ କଳାକାର ମହାସଂଘ ସମ୍ପାଦକ ସୁରେଶ ପାଣିଗ୍ରାହୀ, କଳାପ୍ରାଣ କୈଳାସ ପାଣିଗ୍ରାହୀ, ବ୍ଳକ୍ ସଂଯୋଜକ ଈଶ୍ବର ଚନ୍ଦ୍ର ଗୌଡ ପ୍ରମୁଖ ଯୋଗଦେଇ ଜଗତରେ କଳାକ୍ଷେତ୍ରର ଗୁରୁମାନଙ୍କ ସ୍ଥାନ ଅତୀବ ଗୁରୁତ୍ବପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ଅଞ୍ଚଳରୁ ନିମନ୍ତ୍ରିତ ସର୍ବଶ୍ରୀ ଗୌରହରି ପୋଲାଈ, ଶ୍ରୀମନ୍ତ ଗୌଡ, ମାଲ ରଣା, ଅଶୋକ ରାଉତ, ରାଧାକୃଷ୍ଣ ଦାଶ, ପ୍ରସନ୍ନ ବଦନ ତ୍ରିପାଠୀ, ହରି ବନ୍ଧୁ ଜାନି, ଜୟରାମ ଚୌଧୁରୀ, ଶଙ୍କର ମହାପାତ୍ର, ଶବର ପାତ୍ର, ତ୍ରିନାଥ ପଣ୍ଡା, ଡଃ. ତାନଶ୍ରୀ ପାଣିଗ୍ରାହୀ, ପୂର୍ଣଚନ୍ଦ୍ର ଗୌଡ, ହେମନ୍ତ କୁମାର ପାତ୍ର, ସରୋଜ କୁମାର ପଟ୍ଟନାୟକ, ସନାତନ ଗୌଡ, ପାଣ୍ଡବ ପ୍ରଧାନ ପ୍ରମୁଖ ଚାଳିଶି ଜଣ ଗୁରୁଙ୍କୁ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।
କାର୍ଯ୍ଯକ୍ରମର ପ୍ରାରମ୍ଭିକ ପର୍ଯ୍ୟାୟରେ ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଅତିଥି ପରିଚୟ ପ୍ରଦାନ କରିଥିଲେ ନାଟ୍ୟ-ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା। ଗୁରୁ ପୂଜନ ମହୋତ୍ସବର ପ୍ରଥମ ସୋପାନରେ ନଳବଣ୍ଟା, ନୃସିଂହନାଥ ନାଟ୍ୟ କଳା ସଂସଦ (ପରିଡା ପାର୍ଟି) ପ୍ରଯୋଜିତ ଲୋକ ନାଟକ ‘ପ୍ରହଲ୍ଲାଦ ନାଟକ’ ପରିବେଷିତ ହୋଇଥିଲା। କାର୍ଯ୍ଯକ୍ରମ ପରିଚାଳନା କ୍ଷେତ୍ରରେ ସର୍ବଶ୍ରୀ ସୁଦାମ ଚରଣ ପଟ୍ଟନାୟକ, ଚନ୍ଦ୍ରଭାନୁ ନାୟକ, ପ୍ରଦୀପ କୁମାର ସାହୁ, ମହେନ୍ଦ୍ର କୁମାର ସାହୁ, କୁନୁ ବେହେରା, ଜି. କାମ ରାଜୁ ପାତ୍ର, ପ୍ରଶାନ୍ତ କୁମାର ପଟ୍ଟନାୟକ, କୃଷ୍ଣ ପ୍ରସାଦ ସାବତ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ବରିଷ୍ଠ କଳାକାର ଶଙ୍କର୍ଷଣ ସାବତ ଆନୁଷ୍ଠାନିକ ଧନ୍ଯବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.