ବ୍ଲକ ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ…

ଫୁଲବାଣୀ: ଆଜି ଫୁଲବାଣୀ ଏ ଯେ ଓ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା. ଏଥିରେ ବ୍ଲକ ର ବିଭିନ୍ନ ବିଦ୍ୟାଳୟ ରୁ ୨୦୫ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ. ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ ହେଲା ଛାତ୍ର ଓ ଛାତ୍ରୀ ମାନଙ୍କ ମଧ୍ୟ ରେ ଅନ୍ତର୍ନିହିତ ଗୁଣ ର ବିକାଶ କରିବା. ଏହି ଅବସରରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା. କୁଇଜ ର ବରିଷ୍ଟ ବିଭାଗ ରେ କିଶ୍ବରୀ ବେହେରା ପ୍ରଥମ, ପୋଲିସ ଲାଇନ ସ୍କୁଲ,ଦ୍ୱିତୀୟ ଏଜେ ଓ ହାଇସ୍କୁଲ ର ମନରଞ୍ଜନ ପାଇକ ରାୟ ଓ ଜ୍ଞାନ ରଞ୍ଜନ ପାଇକରାୟ ତୃତୀୟ ସ୍ଥାନ ଅଧିକାର କରିଥିଲେ l କନିଷ୍ଠ ବିଭାଗରେ ସୃତି ତ୍ରିପାଠୀ ଫୁଲବାଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଥମ କୃଷ୍ଣ ଚନ୍ଦ୍ର ପଣ୍ଡା ଦ୍ଵିତୀୟ ଓ ଆଦିତ୍ୟ ବେହେରା ତୃତୀୟ ସ୍ଥାନ ଆଧିକର କରିଥିଲେ. ସୁବଜୁନିଅର ବିଭାଗରେ ସାଦର ସୁଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରାଲକି ବେହେରାପ୍ରଥମ ସମ୍ବିତ କୁମାର ସାହୁ ଓ ସୁନାପ୍ରତିମା ପ୍ରାଥମିକ ବିଦ୍ୟାଳୟ ର ସ୍ୱପ୍ନ ସାର୍ଥକ ପଟ୍ଟନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ. ବିଇଓ ରଞ୍ଜନ କହ୍ନର ଏବି ଇ ଓ ଶ୍ରୀ ଅମୁଲ୍ୟ ଜେନା. ପ୍ରକାଶ ଚନ୍ଦ୍ର ବଳିୟାର ସିଂହ ଓ ଧନେଶ୍ୱର କହଁର ସମସ୍ତ ଶିକ୍ଷର୍ଥୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ.ଏହି କାର୍ଯ୍ୟକ୍ରମ ରେ ସମସ୍ତ ବିଦ୍ୟାଳୟ ରୁ ଆସିଥିବା ଶିକ୍ଷକ, ଶିକ୍ଷୟତ୍ରୀ ଓ ଏଜେଓ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସମେତ ସମସ୍ତ ସିଆରସିସି ସାହାଯ୍ୟ କରିଥିଲେ l ପରିଶେଷରେ ଏବିଇଓ ଅମୁଲ୍ୟ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ

nis-ad
Leave A Reply

Your email address will not be published.