ଜୁଆ ଆଡ୍ଡାରେ ଚଢଉ, ୧୯ ଜୁଆଡି ଗିରଫ

ହିଞ୍ଜିଳିକାଟୁ ୨/୯ : ବେଲଗାଁ ଥାନା ଅନ୍ତର୍ଗତ ଗଣ୍ଡଳା ଗ୍ରାମ ନିକଟ ପୋଡାପଦର ଚାଲିଥିବା ଜୁଆ ଆଡ୍ଡାରେ ଚଢଉ କରି ପୁଲିସ ୧୯ ଜଣ ଜୁଆଡିଙ୍କୁ ସୋମବାର ଅପରାହ୍ନରେ ଗିରଫ କରିଥିବା ସୂଚନା ମିଳିଛି । ସେମାନଙ୍କ ନିକଟରୁ ୩ଟି ବାଇକ ୨୧ଗୋଟି ମୋବାଇଲ ଫୋନ ଓ ନଗଦ ଏକ ଲକ୍ଷ ୫୨ହଜାର ଟଙ୍କା ଜବତ କରିଛନ୍ତି। । ସେମାନଙ୍କ ନାମରେ ୧୦୨/୨୪ ପ୍ରକାରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିବା ବେଲଗାଁ ଥାନା ଅଧିକାରୀ ସ୍ମିତାଞ୍ଜଳି ପ୍ରଧାନ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.