ବୀରମିତ୍ରପୁର ଥାନା ଅଞ୍ଚଳ ରେ ବାବୁ ମାନଙ୍କ ଆଦାୟ ପ୍ରବଳ କାମ ଦୁର୍ବଳ….!

କୁବେର ବାବୁ ଙ୍କ ନାଲି ଆଖିରେ ଅଞ୍ଚଳ ବାସୀ ଅତିଷ୍ଟ…!!

ଥାନା ଅଧିକାରୀ ଙ୍କ ଧମକ ଅଡିଓ ହେଉଛି ଭାଇରଲ…!!


ଭୁବନେଶ୍ୱର:୩ -୯ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଭଲ ଆଦାୟ ପାଇଁ ଏବେ ଚର୍ଚ୍ଚା ରେ ରହିଛି। ରାଜ୍ୟରେ ନୂତନ ସରକାର ଆସୁ ଆସୁ ମୁଖ୍ୟମନ୍ତ୍ରୀ ଘରୋଇ ବିଭାଗ ରେ ସୁଧାର ଆଣିବା ସହ ସାଧାରଣ ଜନତା ଙ୍କୁ ଉତ୍ତମ ବ୍ୟବହାର ଦେଖାଇବାକୁ ତାଗିତ କରିଥିଲେ। ଏହାର ବ୍ୟତିକ୍ରମ ବୀରମିତ୍ରପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳୁଛି। ଥାନାର ଆଗ ଧାଡ଼ିର ବଡ଼ ବଡ଼ ବାବୁ ମାନଙ୍କ ଆଶୀର୍ବାଦ ରେ ବାଲି. ମଦ. ଚୋରା କାଠ, ଖଣି ବ୍ୟବସାୟ ଚାଲୁଥିବା ନେଇ ଜୋରଦାର ଚର୍ଚ୍ଚା ହେଲାଣି।ସାଧାରଣ ଲୋକେ ଅଭିଯୋଗ ଧରି ଥାନାକୁ ଗଲେ ବାବୁ ମାନଙ୍କ ନାଲିଆଖି ଓ ବ୍ୟବହାର ଯୋଗୁଁ ଥାନା କୁ ଯିବାକୁ ଭୟ କରୁଥିବା ନେଇ ବାହାରେ ଚର୍ଚ୍ଚା ହେଉଛି। ନୂଆ ସରକାର ଆସିବା ପରେ ଏହି ଥାନା ଇଲାକାରେ ମାସିକିଆ ବଟି ଆଦାୟର ପରିମାଣ ଅତି ମାତ୍ରା ରେ ବୃଦ୍ଧି ହୋଇଥିବା ଚା ଖଟିରେ ବର୍ତ୍ତମାନ ଚର୍ଚ୍ଚା ହେଲାଣି। ଏଠାକୁ ବାବୁ ମାନେ ଥରେ ଆସିଲେ ଆଉ ଯିବାର ନାଁ ଗନ୍ଧ ଧରୁ ନାହାନ୍ତି। ପୋଲିସ ନାଁ କହିଲେ ସାଧାରଣ ଜନତା ଆଉ ବିଶ୍ୱାସକୁ ନେଉନଥିବା ଦେଖିବାକୁ ମିଳୁଛି। ଏନେଇ ଉପରିସ୍ଥ ଅଧିକାରୀ ଙ୍କୁ ଗୁହାରି କଲେ ବି କୌଣସି ସୁଫଳ ମିଳୁ ନାହିଁ। ଏଠାକାର ବାବୁ ମାନେ ସରକାର ଙ୍କ ଆଉ ବୋଲ ମାନୁନଥିବା ଏଭଳି କାର୍ଯ୍ୟଶଳୀ ରୁ ଜଣାପଡୁଛି, ଏଠାର ଅଧିକାରୀ ମାନେ ଜଣେ ଜଣେ କୁବେର କହିଲେ କିଛି ବି ଭୁଲ ହେବ ନାହିଁ । ଅଭିଯୋଗ କାରୀଙ୍କୁ ମିଳୁଛି ଧମକ, ଆମ ପୋଲିସ ଏଠାରେ କୋମା ରେ ବୟସ୍କ ନାଗରିକ ମାନଙ୍କୁ ମିଳୁନି ନ୍ୟାୟ ଏଠାରେ ଟଙ୍କା ହିଁ ସବୁକିଛି l ଯିଏ ଯେତେ ବଡ଼ ଅପରାଧ କରୁ ଥାନା ବାବୁଙ୍କୁ ପଇସା ନେଇ ଖସାଇ ଦେବା ଗଳା ବାଟ ଠିକ ଜାଣି ଛନ୍ତି l ଅଭିଯୋଗକାରୀ ଅଭିଯୋଗ କଲା ପରେ ଜଳକା ପାଲୋଟି ଯାଏ ଥାନା ବାବୁ ଅଭିଯୋଗକାରୀ ବିରୋଧ ରେ ଲାଗନ୍ତି ସଂଗୀନ ଦଫା ବାନ୍ଧି ଜେଲ ପଠାଇ ଦେବାର ଭୟ ଦେଖନ୍ତି l ବୀରମିତ୍ରପୁର ଥାନାରେ ଅପରାଧୀ ମାନଙ୍କୁ ମିଳେ ରାଜକୀୟ ସଂମ୍ମାନ ବୋଲି ଅଞ୍ଚଳ ର ବୁଦ୍ଧିଜୀବୀ ଓ ସାଧାରଣ ରେ ଚର୍ଚ୍ଚା ଉପର ହାକିମ କୁ ଖୁସ କରିବାରେ ଏହିମାନେ ମାହିର ତେଣୁ ଏମାନେ କାହାକୁ ଖାତିର କରୁନଥିବା ଚର୍ଚ୍ଚା l ପୂଜା ପର୍ବ ରେ ଶାନ୍ତି କମିଟି କରି ଚର୍ଚ୍ଚା ରେ ରହିବାକୁ ବହୁତ ଭଲ ପାନ୍ତି କିନ୍ତୁ ଏହା ପଛର ଉଦେଶ୍ୟ ଅଲଗା ଥାଏ l ଲୋକଙ୍କ ସେବା ମାନେ ଲୋକଙ୍କୁ ଭୟ ଦେଖାଇ ଲୁଟିବା ବୀରମିତ୍ରପୁର ଅଞ୍ଚଳ ରେ ଥିବା ବଡ଼ ବାବୁ ଙ୍କ କଥା ଟିକିଏ ନିଆରା ସାରୁ ପତ୍ର ପରି ଚରିତ୍ର ପାଣି ପଡ଼ିବାକୁ ହେବନି ଜାତିଗତ ଧାରା ଲଗାଇବା ରେ ବାବୁ ମାହିର l ଓଡିଶା ପୋଲିସ ତରଫରୁ ସ୍ୱତନ୍ତ୍ର ପୁରସ୍କାର ମିଳିବା କଥା ତଦନ୍ତ ନକରି ନାଲି ଆଖି ନିରୀହ ବ୍ୟକ୍ତି ନାଲି କୋଠା ର ସାହାରା ନେବାକୁ ବାଧ୍ୟ ହୁଏ ନଚେତ ବାବୁ ବାନ୍ଧି ଜେଲ ପଠାଇ ଦେବେ ବୋଲି ଧମକ ବି ଦେବା ନଜିର ରହିଛି l ଆଇନ ର ତଦନ୍ତ କିପରି କରାଯାଏ ବାବୁଙ୍କ ଠାରୁ ଶିଖିବା ଦରକାର l ସୁନ୍ଦରଗଡ଼ ଦୁର୍ନୀତି ନିବାରଣ ବିଭାଗ ବୋଧେ କୋମା ରେ ନା ଘୁସ ନେଇ ଚେଇଁ ସୋଇଛନ୍ତି ବିଭାଗ..? ରାଜ୍ୟ ଗୃହ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି l

nis-ad
Leave A Reply

Your email address will not be published.