ଗଣେଶ ପୂଜାକୁ ନେଇ ପୁଲିସ ପକ୍ଷରୁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ଥାନା ପୁଲିସ ପକ୍ଷରୁ ଆଜି ଥାନା ପରିସରରେ ବୀରମିତ୍ରପୁର ଥାନା ଅଧିକାରୀ ବନ୍ଦନା ପାତ୍ରଙ୍କ ଅଧ୍ୟକ୍ଷତାରେ ଗଣେଶ ପୂଜାକୁ ନେଇ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ବୀରମିତ୍ରପୁର ଏସ୍‌ଡିପିଓ ସୁଶାନ୍ତ କୁମାର ଦାସ, ତହସିଲ ତରଫରୁ ସୂପରୱାୟ୍ଯର ଦିଲୀପ କୁମାର ସାହୁ, ପୌର ନିର୍ବାହୀ ଅଧିକାରୀ ରଶ୍ମୀ ରଞ୍ଜନ ଦାସ, ଉପାଧ୍ୟକ୍ଷ ନିବେଦିତା ବାଗେ, ପ୍ରମୁଖ ଯୋଗ ଦେଇଥିଲେ | ଆଜି ଉକ୍ତ ବୈଠକରେ ସହରରେ ଶାନ୍ତି ବଜାଏ ରଖିବା ପାଇଁ ଶାନ୍ତି କମିଟି ର ଦାୟିତ୍ଵ କୁ ନେଇ ବିସ୍ତ୍ରୁତ ଭାବେ ଆଲୋଚନା ହୋଇଥିଲା | ଉପସ୍ଥିତ ବୁଦ୍ଧିଜୀବୀମାନେ ପୂଜା କମିଟିର ମେମ୍ବର ମାନଙ୍କ ସହିତ ଆଲୋଚନା କରି ଶାନ୍ତି ବଜାୟ ରଖିବାକୁ ପୁଲିସ ପ୍ରଶାସନ କୁ ଆଶ୍ୱସନା ଦେଇଥିଲେ |

ଏହା ସହ ଆଗକୁ ସହରରେ ସମସ୍ତ ପର୍ବପର୍ବାଣୀ ରେ ଶାନ୍ତି କମିଟି ର ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟ କୁ ସୂଚାରୁ ରୂପେ ତୁଲାଇବା ପାଇଁ ଆଶ୍ୱସନ ମଧ୍ୟ ଦେଇଥିଲେ | ବୀରମିତ୍ରପୁର ଥାନା ଅଧିକାରୀ ବନ୍ଦନା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ | ଶାନ୍ତି କମିଟି ପକ୍ଷ୍ୟରୁ ଜଗଦିଶ ପ୍ରସାଦ ଅଗରୱାଲ, ବିକ୍ରମ ପଟନାୟକ, ଗୁଲାମ ଅହମଦ, ଅବଦୁଲ୍ଲା ଖାଁ, କମଳେଶ୍ ସିଂ, ମାନସ ନନ୍ଦ, ଙ୍କ ସମେତ ସହରର ଶତାଧିକ ବୁଦ୍ଧିଜୀବୀ ସାମିଲ ହୋଇଥିଲେ |

nis-ad
Leave A Reply

Your email address will not be published.