ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଥିତ ଏର୍ସଲର ମିତ୍ତଲ ନିପ୍ପନ ଷ୍ଟିଲ ଇଣ୍ଡିଆ କମ୍ପାନୀ ତରଫରୁ ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ବିଶାଖାପାଟଣା ସ୍ଥିତ ଶଙ୍କର ଫାଉଣ୍ଡେସନ ଚକ୍ଷୁ ଚିକିତ୍ସାଳୟ ସହଯୋଗରେ ପ୍ରତି ବର୍ଷ ଏହି ଶିବିରର ଆୟୋଜନ କରାଯାଉଛି । ଏହି ଶିବିରରେ ଚିତ୍ରକୋଣ୍ଡା ବାସିନ୍ଦା ବହୁ ସଂଖ୍ୟାରେ ଯୋଗ ଦେଇ ନିଜର ଚକ୍ଷୁ ପରୀକ୍ଷଣ କରାଇଥିଲେ । ପ୍ରଥମେ ନିଜ ନିଜର ପରିଚୟ ପତ୍ର ଦେଇ ପଞ୍ଜିକରଣ କରାଇବା ପରେ ଚକ୍ଷୁ ପରୀକ୍ଷଣ କରାଇଥିଲେ । ପରୀକ୍ଷା କରିବା ପରେ ଉପଯୁକ୍ତ ଚଷମା ଚୟନ କରି ନିର୍ଦ୍ଧାରିତ ସମୟରେ ପ୍ରଦାନ କରାଯିବା ନେଇ ସମସ୍ତଙ୍କୁ ସୂଚନା ଦିଆଯାଇଛି । ଗତ ୨୭ ଅଗଷ୍ଟ ରୁ ଆରମ୍ଭ ହୋଇ କ୍ରମାଗତ ଭାବେ ଏମଭି-୧୫, ମର୍କେଲଗୁଡା, ନୂଆଗୁଡା, ସାରକୁବନ୍ଧ ଓ ଚିତ୍ରକୋଣ୍ଡା ଠାରେ ସମାପ୍ତ ହୋଇଛି । ଏହି ଶିବିର ମାଧ୍ୟମରେ ଅଞ୍ଚଳର ବହୁତ ଲୋକ ଉପକୃତ ହୋଇ ପାରୁଛନ୍ତି ।

nis-ad
Leave A Reply

Your email address will not be published.