କାଶିପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଗିରଫ, ଆୟ ବହିର୍ଭୁତ ସଂପତ୍ତି ଠାବ ପରେ ଗିରଫ କଲା ଭିଜିଲାନ୍ସ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ଚୌଧୁରୀ ଗିରଫ । ଆୟ ବହିର୍ଭୁତ ସଂପତ୍ତି ଠାବ ପରେ ଗିରଫ କଲା ଭିଜିଲାନ୍ସ । ଆଜି ଭୋର ୩ଟା ପର୍ଯ୍ୟନ୍ତ ତାଙ୍କ ଘରେ ରେଡ୍ ଚାଲିଥିଲା । ରେଡ୍ ବେଳେ ତାଙ୍କ ଘରୁ ୨୫ ଭରି ସୁନା, ନଗଦ ୧୪ ଲକ୍ଷ ୮୦ ହଜାର ଟଙ୍କା ମିଳିଛି । ତାଙ୍କ ପତ୍ନୀଙ୍କ ନାଁରେ ରହିଛି ୪ଟି ଫ୍ଲାଟ୍ । ରଣିଗୁଡ଼ାରେ ୩ ମହଲା ଘର ଓ ତିକିରି ଠାରେ ଗୋଟିଏ ଘର ରହିଛି ।

ପୂର୍ଣ୍ଣ ଚନ୍ଦ୍ରଙ୍କ ୨ଟି ବ୍ୟାଙ୍କ ଲକର ଜବତ ହୋଇଛି । ଲାଞ୍ଚ ନେବା ବେଳେ ଧରା ପଡ଼ିବା ପରେ ତାଙ୍କ ଘରେ ଚଢ଼ଉ କରିଥିଲା ଭିଜିଲାନ୍ସ । ଚଢ଼ଉ ବେଳେ ଅସୁସ୍ଥ ବାହାନା କରିଥିଲେ କନିଷ୍ଠ ଯନ୍ତ୍ରୀ । ତାଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲ ନିଆଯାଇଥିଲା । ରାୟଗଡ଼ା ସ୍ଥିତ ତାଙ୍କ ବାସଭବନରେ କ୍ଷେତ୍ର ମାଝୀ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ MGNRGA କାମ ବାବଦରେ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗତକାଲି ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ପୂର୍ଣ୍ଣ ଚନ୍ଦ୍ର ଚୌଧୁରୀ ।

nis-ad
Leave A Reply

Your email address will not be published.